ଅର୍ଜୁନ, ବିଦ୍ୟା, ବାଦ୍‌ଶାହା ଏବଂ ସୋନାକ୍ଷୀଙ୍କୁ ନେଇ ‘ଟ୍ରକ’ ଫିଲ୍ମ ତିଆରି କରିବେ ବୋଲି କହିଲେ କେଆର୍‌କେ, ମିଳିଲା ଏଭଳି ପ୍ରତିକ୍ରିୟା

ମୁମ୍ବାଇ: କେଆର୍‌କେ ନାମରେ ପ୍ରସିଦ୍ଧ ଥିବା କମାଲ ଆର ଖାନ୍‌ ସବୁବେଳେ ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଅନେକ ସମୟରେ ସେ ଲୋକଙ୍କୁ ଟ୍ରୋଲ କରିବାକୁ ଯାଇ ନିଜେ ଟ୍ରୋଲିଂର ଶିକାର ହୋଇଥାନ୍ତି । ଯାହା ପୁଣି ଥରେ ତାଙ୍କ ସହ ଘଟିଛି । ଅଭିନେତ୍ରୀ ବିଦ୍ୟା ବାଲାନ, ସୋନାକ୍ଷୀ ସିହ୍ନା, ଅଭିନେତା ଅର୍ଜୁନ କପୁର ଏବଂ ରାପର ବାଦ୍‌ଶାହାଙ୍କୁ ନେଇ ଅପମାନଜନକ ଟୁଇଟ୍‌ କରି ଟ୍ରୋଲିଂର ଶିକାର ହୋଇଛନ୍ତି କେଆର୍‌କେ ।

ଟୁଇଟ୍‌ରେ, ମୁଁ ‘ଟ୍ରକ’ ନାମକ ଏକ ଫିଲ୍ମ ତିଆରି କରିବାକୁ ଚିନ୍ତା କରିଛି । ଏହି ଫିଲ୍ମରେ ମୁଁ ଅଭିନେତ୍ରୀ ବିଦ୍ୟା ବାଲାନ, ସୋନାକ୍ଷୀ ସିହ୍ନା, ଅଭିନେତା ଅର୍ଜୁନ କପୁର ଏବଂ ରାପର ବାଦ୍‌ଶାହାଙ୍କୁ କାଷ୍ଟ କରିବି ବୋଲି ଚିନ୍ତା କରିଥିବା ଲେଖିଥିଲେ । କେଆର୍‌କେ ଏହି ୪ଜଣ କଳାକାରଙ୍କ ଓଜନକୁ ନେଇ ତାଙ୍କୁ ସମାଲୋଚନା କରିଥିବା ବେଳେ ଲୋକେ ତାଙ୍କୁ ସମାଲେଚନା କରିବା ଆରମ୍ଭ କରି ଦେଇଥିଲେ । କିଏ, ‘ତୁମେ ସେହି ଟ୍ରକ ତଳକୁ ଆସିଯିବ’ ବୋଲି ଲେଖିଥିବା ବେଳେ; କିଏ, ‘ନିଜେ ଚକା ଫାଟି ଯାଇଥିବା ସାଇକେଲ ଭଳି  ଫିଲ୍ମ ତିଆରି କରିବ ‘ଟ୍ରକ’’ ବୋଲି ଲେଖିଥିଲେ ।

ସମ୍ବନ୍ଧିତ ଖବର