ଭାଲେଣ୍ଟାଇନ୍‌ ଡେ’ ପାଇଁ ସୋସିଆଲ ମିଡିଆ ଜରିଆରେ କରଣ ଜୋହରଙ୍କୁ ଏଭଳି ଅଫର ଦେଲେ କମଲ ଆର୍‌ ଖାନ୍‌, ଥଟ୍ଟା କରିବାକୁ ଲାଗିଲେ ଲୋକେ

ମୁମ୍ବାଇ: କମଲ ରଶିଦ୍‌ ଖାନ୍‌ ସବୁ ବେଳେ ନିଜର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ସେ ଏମିତି ଅନେକ ବିବାଦୀୟ ବୟାନ ଦେଇଛନ୍ତି, ଯାହାକୁ ନେଇ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଛି । କିଛି ଦିନ ଚୁପ୍‌ ରହିବା ପରେ ଏବେ ସେ ପୁଣି ଥରେ କରଣ ଜୋହରଙ୍କୁ ସୋସିଆଲ ମିଡିଆରେ ଖୁଲମ୍‌ ଖୁଲା ଏକ ଅଫର ଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟୁଇଟ୍‌ କରି ସେ କରଣଙ୍କୁ ତାଙ୍କ ଭାଲେଣ୍ଟାଇନ୍‌ ହେବା ପାଇଁ ଅଫର ଦେଇଛନ୍ତି । ଏହ ସହ ତୁମ ଉତ୍ତରର ଅପେକ୍ଷାରେ ରହିଛି ବୋଲି ଲେଖିଛନ୍ତି । ତାଙ୍କର ଏଭଳି ଟୁଇଟ୍‌ ଆସିବା ପରେ ଲୋକେ ତାଙ୍କୁ ଥଟ୍ଟା କରିବା ଆରମ୍ଭ କରିଛନ୍ତି ।

jansatta.com

କରଣଙ୍କୁ ଟ୍ୟାଗ୍‌ କରି,”ଡିୟର କରଣ ଜୋହର,ଭାଲେଣ୍ଟାଇନ୍‌ ଡେ’ ପାଳନ କରିବା ପାଇଁ ମୋର କେହି ପ୍ରେମିକା ନାହାନ୍ତି । ତୁମେ ଭାଲେଣ୍ଟାଇନ୍‌ ଡ଼େ’ର ସାଥୀ ହେବ କି? ତୁମ ଉତ୍ତରର ଅପେକ୍ଷାରେ” ବୋଲି ଲେଖିଥିଲେ କମଲ । ଏହି ଟୁଇଟ୍‌ ଆସିବ ପରେ ଜଣେ ବ୍ୟବହାରକାରୀ ‘ତୁମ ପାଇଁ ଦୀପକ କଲାଲ ଠିକ୍‌’ ବୋଲି କହିଥିବା ବେଳେ ଜଣେ କମଲଙ୍କ ପତ୍ନୀଙ୍କ ନମ୍ବର ମାଗିଥିଲେ । ‘ତୁମ ପତ୍ନୀଙ୍କ ନମ୍ବର ଦିଅ ମୁଁ ତାଙ୍କୁ ମୋର ଭାଲେଣ୍ଟାଇନ୍‌ କରିବି’ ବୋଲି ଲେଖିଥିଲେ ।

ସମ୍ବନ୍ଧିତ ଖବର