କମଲ ହାସନ୍‌ଙ୍କ ବ୍ୟକ୍ତିଗତ ଜୀବନ : ଦୁଇ ବିବାହ , ତିନି ଚର୍ଚ୍ଚିତ ଆଫେଆର୍‌!

ମୁମ୍ବାଇ: ତାମିଲ ସୁପରଷ୍ଟାର କମଲ ହାସନ୍‌ ରାଜନୀତିରେ ପ୍ରବେଶ କରିଛନ୍ତି। ସେ ତାଙ୍କର ଏକ ରାଜନୈତିକ ଦଳ ବି ଗଠନ କରିଛନ୍ତି। ହେଲେ ଆପଣ ଜାଣନ୍ତି କି ସେ ଜଣେ ନାସ୍ତିକ,ଦୁଇ ଥର ବିବାହ କରିଛନ୍ତି ଓ ତିନି ମହିଳାଙ୍କ ସହିତ ଆଫେଆର୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ଥିଲେ କମଲ ହାସନ୍‌।
କମଲ ହାସନ୍‌୧୯୭୮ରେ ମାତ୍ର ୨୪ ବର୍ଷ ବୟସରେ ବାଣୀ ଗଣପତିଙ୍କୁ ବିବାହ କରିଥିଲେ। ପ୍ରାୟ ଦଶ ବର୍ଷ ଯାଏଁ କମଲ ଓ ବାଣୀ ଏକାଠି ରହିବା ପରେ ଅଭିନେତ୍ରୀ ସାରିକାଙ୍କ ସହିତ ଡ଼େଟିଂ କରିଥିଲେ। କମଲ ବାଣୀଙ୍କୁ ଛାଡ଼ପତ୍ର ଦେଇ ୧୯୮୮ରେ ସାରିକାଙ୍କୁ ବିବାହ କରିଥିଲେ। ସେ ଦୁହିଁଙ୍କର ଦୁଇ କନ୍ୟା ଶ୍ରୁତି ଓ ଅକ୍ଷରା ଏବେ ନାଆଁକରା ନାୟିକା।୨୦୦୪ରେ ସାରିକାଙ୍କ ସହ କମଲ ହାସନଙ୍କର ଡ଼ିଭୋର୍ସ ହେଲା।
ଫିଲ୍ମ କ୍ୟାରିଅରରେ ଜବରଦସ୍ତ ସଫଳତା ସାଉଁଟିଥିବା କମଲ ହାସନ୍‌ ବାଣୀ ଗଣପତିଙ୍କୁ ବିବାହ କରିବା ପୂର୍ବରୁ ଶ୍ରୀ ବିଦ୍ୟା ନାମ୍ନୀ ଜଣେ ଅଭିନେତ୍ରୀଙ୍କ ସହିତ ଆଫେଆର୍‌ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ। ଉଭୟେ କିଛି ତାମିଲ ସିନେମାରେ ବି ଏକାଠି କାମ କରିଥିଲେ।ହେଲେ ବାହା ହୋଇନଥିଲେ।

photo-youtube

ଯେତେବେଳେ କମଲ ହାସନ୍‌ ସାରିକାଙ୍କ ସହ ସଂପର୍କ ଉପରେ ସନ୍ତୁଷ୍ଟ ହେଲେ ନାହିଁ,ସେତେବେଳେ ସେ ସିମରନ୍‌ ବଗ୍‌ଗାଙ୍କ ସହିତ ଲିଭ ଇନ୍‌ରେ ରହିଥିଲେ। ସିମରନ୍‌ ବୟସରେ କମଲ ହାସନ୍‌ଙ୍କ ଠାରୁ ୨୨ ବର୍ଷ ସାନ। ଠିକ୍‌ ସେହିପରି ଅଭିନେତ୍ରୀ ଗୌତମୀଙ୍କ ସହିତ ମଧ୍ୟ କମଲ ହାସନ୍‌ ପ୍ରାୟ ୧୩ ବର୍ଷ ଯାଏଁ ଲିଭ୍‌ଇନ୍‌ରେ ଥିଲେ।୨୦୧୬ରେ ଗୌତମୀ କମଲ୍‌ଙ୍କଠାରୁ ସଂପର୍କ ଛିନ୍ନ କରିଥିବା ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର