କେଉଁଠାକୁ ଯିବା ଆସିବା ନ କରୁଥିଲେ ମଧ୍ୟ ଅନେକ ପ୍ରେମୀଯୁଗଳଙ୍କୁ ଏକାଠି କରିଛି ଏହି ଟ୍ରେନ୍‌, ଭିଡିଓ ଦେଖି ଜାଣନ୍ତୁ ପୂରା ମାମଲା

ମୁମ୍ବାଇ : ବଲିଉଡ୍‌ ଫିଲ୍ମରେ ଅନେକ ଥର ଟ୍ରେନ୍‌ର ଦୃଶ୍ୟ ଦେଖା ଯାଇଥାଏ । ରେଳ ଷ୍ଟେସନ ହେଉ କି ଟ୍ରେନ୍‌ ମଧ୍ୟରେ ହେଉ, ଫିଲ୍ମର କିଛି ଭାଗ ସୁଟିଂ କରାଯାଇଥାଏ । କିନ୍ତୁ କିଛି ଫିଲ୍ମ ଏମିତି ରହିଛି, ଯେଉଁଠି ନକଲି ରେଳ ଷ୍ଟେସନ ଏବଂ ନକଲି ଟ୍ରେନ୍‌ ଦେଖା ଯାଇଥାଏ । କିଛି ଫିଲ୍ମ ନିର୍ମାତାଙ୍କ ପାଖରେ ଅଧିକ ବଜେଟ ନ ଥିବାରୁ ସେ ନକଲି ରେଳ ଷ୍ଟେସନର ସେଟ୍‌କୁ ଯାଇ ସୁଟିଂ କରିଥାନ୍ତି । ମୁମ୍ବାଇର ଅନ୍ଧେରୀ ଇଷ୍ଟରେ କମଲିସ୍ତାନ ଷ୍ଟୁଡିଓ ରହିଛି, ଯାହାକୁ ‘ପାକିଜା’ ନିର୍ଦ୍ଦେଶକ କାମଲ ଅମ୍‌ରୋହି ୧୯୫୮ରେ ତିଆରି କରିଥିଲେ । ଏହି ଷ୍ଟୁଡିଓ ତିଆରି ହେବା ପରେ ଏ ପର୍ଯ୍ୟନ୍ତ ଅନେକ ବଲିଉଡ୍‌ ଫିଲ୍ମର ସୁଟିଂ ଏଠାରେ ହୋଇ ସାରିଛି । ଏହି ଷ୍ଟୁଡିଓରେ ରେଳ ଷ୍ଟେସନର ସେଟ୍‌ ଲାଗିଥିବା ବେଳେ ରେଳ ଷ୍ଟେସନରେ ଉପଲବ୍ଧ ହେଉଥିବା ସମସ୍ତ ଜିନିଷ ଏଠାରେ ରଖା ଯାଇଛି ।

ସୂଚନା ମୁତାବକ, ବଜେଟ କମ୍‌ ଥିବାରୁ ୨୦୦୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଅପ୍‌ନା ସପ୍‌ନା ମନି ମନି’ର ସୁଟିଂ ଏହି ଷ୍ଟୁଡିଓରେ କରାଯାଇଥିଲା । ୨୦୦୭ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଜବ୍‌ ଉଇ ମେଟ୍‌’ର ସୁଟିଂ ମଧ୍ୟ ଏଠାରେ କରାଯାଇଥିବା ଜଣାପଡ଼ିଛି । ୧୯୮୧ରେ ଆସିଥିବା ଫିଲ୍ମ ‘କାଲିଆ’ ଏବଂ ‘ନସିବ୍‌’ ,୧୯୭୭ରେ ଆସିଥିବା ଫିଲ୍ମ ‘ଧର୍ମବୀର’ ଏବଂ ୧୯୮୩ରେ ଆସିଥିବା ଫିଲ୍ମ ‘ରଜିଆ ସୁଲତାନ୍‌’ର ସୁଟିଂ ଏହି ଷ୍ଟୁଡିଓରେ କରାଯାଇଥିଲା ।

ସମ୍ବନ୍ଧିତ ଖବର