ପ୍ରେମିକଙ୍କ ସହ ନିର୍ବନ୍ଧ କଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ, ଫେବ୍ରୁଆରି ୧୦ରେ କରିବେ ବିବାହ

ମୁମ୍ବାଇ:  ଛୋଟ ପରଦାର ଖୁବ୍‌ ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ । ଖଳନାୟିକା ଚରିତ୍ର ପାଇଁ ସେ ବେଶ୍‌ ଜଣାଶୁଣା । ବିଗ୍‌ ବସ୍‌ ସିଜିନ୍‌-୭ରେ ନଜର ଆସି ସେ ଅଧିକରୁ ଅଧିକ ଲୋକପ୍ରିୟ ହୋଇଥିଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଏବେ ନିଜ ପ୍ରେମିକ ଶଲଭ ଡ଼ାଙ୍ଗଙ୍କ ସହ ନିର୍ବନ୍ଧ କରିଛନ୍ତି। ପ୍ରଥମ ବିବାହ ୨୦୧୩ରେ ଭାଙ୍ଗିବା ପରେ ଏବେ ସେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ଦିଲ୍ଲୀରେ ରହୁଥିବା ବ୍ୟବସାୟୀ ଶଲଭ ଡ଼ାଙ୍ଗଙ୍କୁ କାମ୍ୟା କିଛି ମାସ ଡେଟ୍ କରିବା ପରେ ଏବେ ନିର୍ବନ୍ଧ କରିଛନ୍ତି। ଫେବ୍ରୁଆରି ୮‌ରେ ଦୁହେଁ ନିର୍ବନ୍ଧ କରିଥିବା ବେଳେ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି କାମ୍ୟା।

ସେୟାର କରାଯାଇଥିବା ପ୍ରଥମେ ଫଟୋରେ କାମ୍ୟା ଏବଂ ଶଲଭ ଦୁହେଁ ନିଜର ନିର୍ବନ୍ଧ ମୁଦି ଦେଖାଇଥିବା ବେଳେ ଦ୍ବିତୀୟ ଫଟୋରେ ଦୁହେଁ ଗୁରୁଦ୍ବାରା ଯାଇ ଆଶୀର୍ବାଦ ନେଉଥିବା ଦେଖାଯାଇଛି। ମିଳିଥିବା ସୂଚନା ମୁତାବକ, ଫେବ୍ରୁଆରି ୯ରେ ହଲଦୀ, ମେହନ୍ଦୀ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ଫେବ୍ରୁଆରି ୧୦ରେ ବିବାହ ବନ୍ଧନରେ ବାନ୍ଧି ହେବେ କାମ୍ୟା। ଏହା ସହ ବିବାହ ପରେ ପରେ ଫେବ୍ରୁଅ୍ରାରି ୧୧ରେ ବିବାହ ଭୋଜିର ଆୟୋଜନ ରହିଛି।

Image result for kamya-panjabi-engagement-pics
Hindustan Times

କିଛି ମାସ ତଳେ ବମ୍ବେ ଟାଇମ୍ସକୁ ସାକ୍ଷତକାର ଦେଇ କାମ୍ୟା କହିଥିଲେ, ଶଲଭଙ୍କ ସହ ୨୦୧୯ ଫେବ୍ରୁଆରିରେ ମୋର ଦେଖା ହୋଇଥିଲା । ସ୍ୱାସ୍ଥ୍ୟ ସମସ୍ୟା ନେଇ ମୋର ଜଣେ ବନ୍ଧୁ ଶଲଭଙ୍କୁ ଭେଟିବାକୁ ମୋତେ କହିଥିଲେ । ଯାହା ପରେ ଆମେ ଦୁହେଁ କଥା ହୋଇଥିଲୁ । କିଛି ଦିନ କଥା ହେବା ପରେ ସେ ମୋତେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ମୋର ପ୍ରଥମ ବିବାହ ଭାଙ୍ଗିବା ପରେ ମୁଁ ବିବାହ କରିବାକୁ ରାଜି ନ ଥିଲି । ବିବାହ ଉପରୁ ମୋର ବିଶ୍ୱାସ ଉଠି ଯାଇଥିବା ବେଳେ ଶଲଭ ମୋତେ ପୁଣି ଥରେ ବିବାହ ଉପରେ ବିଶ୍ୱାସ କରିବାକୁ ବାଧ୍ୟ କରିଥିଲେ। ଆମେ ଦୁହେଁ ଆସନ୍ତା ବର୍ଷ ବିବାହ କରିବାକୁ ଯାଉଛୁ ।

ସମ୍ବନ୍ଧିତ ଖବର