କାହିଁକି ସୋସିଆଲ୍‌ ମିଡ଼ିଆରେ ନାହାନ୍ତି କଙ୍ଗନା

ମୁମ୍ବାଇ : ଏବେ ସୋସିଆଲ୍‌ ମିଡ଼ିଆର ଯୁଗ। ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏଥିରେ ଖୁବ୍‌ ସକ୍ରିୟ। ସେମାନେ ଫେସ୍‌ବୁକ୍‌, ଟ୍ଵିଟର ଓ ଇନଷ୍ଟାଗ୍ରାମ୍‌ରେ ଅନେକ ସମୟରେ କିଛି କଥା ସେୟାର କରନ୍ତି ଏବଂ କମେଣ୍ଟ ମଧ୍ୟ ଦିଅନ୍ତି। କିନ୍ତୁ ଏମିତି ଜଣେ ବଲିଉଡ ହିରୋଇନ୍‌ ଅଛନ୍ତି ଯିଏ ଏଥିରୁ ଢେର ଦୂରରେ ରହିଛନ୍ତି।

ଏଠାରେ ଯେଉଁ ହିରୋଇନଙ୍କ କଥା କୁହାଯାଉଛି, ସେ ହେଲେ କଙ୍ଗନା ରାନାଓ୍ଵତ୍‌। ସେ ସୋସିଆଲ୍‌ ମିଡ଼ିଆରୁ ନିଜକୁ ଦୂରେଇ ରଖୁଛନ୍ତି। ଏହାର କାରଣ କ’ଣ ହୋଇପାରେ? ଏ ସମ୍ପର୍କରେ କଙ୍ଗନା କହନ୍ତି, ‘ସୋସିଆଲ୍‌ ମିଡ଼ିଆରେ ସକ୍ରିୟ ରହିଲେ ଅନେକ ସମୟ ନଷ୍ଟ ହୋଇଯାଏ। ଲୋକେ ମୋତେ ସୋସିଆଲ୍‌ ମିଡିଆରେ ଏକାଉଣ୍ଟ ଖୋଲିବା ଲାଗି ପରାମର୍ଶ ଦିଅନ୍ତି। ଏପରିକି ମୋର ଏଜେଣ୍ଟମାନେ ବି ଏକଥା କୁହନ୍ତି। ମୁଁ କୌଣସି ପୋଷ୍ଟ ବି କରିପାରିବି ନାହିଁ, କାରଣ ସମୟର ଅପଚୟ କରିପାରିବିନି। ତା’ଛଡ଼ା ଫ୍ୟାନ୍‌ମାନଙ୍କ ସହିତ ବେଇମାନି କରିପାରିବି ନାହିଁ। ମୋତେ ଲାଗୁଛି କି ମୁଁ ସୋସିଆଲ ମିଡ଼ିଆରେ ଏକାଉଣ୍ଟ ଖୋଲିଲେ ଅନ୍ୟ ଲକ୍ଷ ଲକ୍ଷ ଲୋକଙ୍କର ନକଲ କରିବି।’

ଏବେ କଙ୍ଗନା ତାଙ୍କର ନୂଆ ସିନେମା ‘ମଣିକର୍ଣ୍ଣିକା’କୁ ନେଇ ବ୍ୟସ୍ତ ଅଛନ୍ତି। ଏହା ହେଉଛି ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈଙ୍କ ବାୟୋପିକ୍‌। ତା’ପରେ ସେ ‘ମେଣ୍ଟାଲ୍‌ ହେ କ୍ୟା’ରେ ନଜର ଆସିବେ। ଏଥିରେ ରାଜ କୁମାର ରାଓଙ୍କ ସହିତ ପରଦାକୁ ଆସିବେ।

ସମ୍ବନ୍ଧିତ ଖବର