ବିନା ଅର୍ନ୍ତବସ୍ତ୍ରରେ ଫଟୋସୁଟ୍‌ କରାଇବା ଅଭିଯୋଗ ପରେ କଙ୍ଗନାଙ୍କୁ ପହଲାଜ୍‌ ନିହଲାନୀ କହିଲେ; ମୋ ସହ ଖେଳ ନାହିଁ

0

ମୁମ୍ବାଇ : ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ସେନ୍ସର ବୋର୍ଡର ପୂର୍ବତନ ମୁଖ୍ୟ ରହି ସାରିଥିବା ପହଲାଜ୍‌ ନିହଲାନୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ, ଯାହାର ଜବାବ ରଖି ମୋ ସହ ଖେଳ ନାହିଁ ବୋଲି କହିଛନ୍ତି ନିହଲାନୀ । ନିହଲାନୀ କଙ୍ଗନାଙ୍କୁ ଏକ ଫିଲ୍ମ ଅଫର କରିବା ସହ ଫିଲ୍ମ ପାଇଁ ଅର୍ନ୍ତବସ୍ତ୍ର ନ ପିନ୍ଧି ଫଟୋସୁଟ୍‌ କରିବାକୁ କହିଥିବା କଥା କଙ୍ଗନା ଗତକାଲି ନିଜର ଏକ ବୟାନରେ ଜଣାଇଥିଲେ ।

DNA India

କଙ୍ଗନାଙ୍କ ଏଭଳି ବୟାନ ପରେ ଏବେ ନିଜର ପକ୍ଷ ରଖିଛନ୍ତି ନିହଲାନୀ । କଙ୍ଗନାଙ୍କ ସେଭଳି ଫଟୋସୁଟ୍‌ ପାଇଁ ମହେଶ ଭଟ୍ଟ ତାଙ୍କୁ କାମ ଦେଇଥିଲେ । ମୁଁ ତାଙ୍କୁ ୩ଟି ଫିଲ୍ମର ଅଫର ଦେଇଥିବା ବେଳେ ଗୋଟେ ଫିଲ୍ମ ପାଇଁ ତାଙ୍କର ବିନା ଅର୍ନ୍ତବସ୍ତ୍ରରେ ଫଟୋସୁଟ୍‌ କରାଯାଇଥିଲା । ଯାହା ପାଇଁ ମୁଁ ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରିଥିଲି । ସେ ସବୁ ଫଟୋ ଏବଂ ଭିଡିଓ ଦେଖିବା ପରେ ମହେଶ ଭଟ୍ଟ କଙ୍ଗନାଙ୍କୁ ଗ୍ୟାଙ୍ଗଷ୍ଟର ଫିଲ୍ମ ଅଫର କରିଥିଲେ । ଏହା ପରେ ସେ ମୁଁ ଅଫର କରିଥିବା ଫିଲ୍ମ କରିବାକୁ ମନା କରି ଦେଇଥିଲେ । କଙ୍ଗନାଙ୍କ ସହ ୩ଟି ଫିଲ୍ମ କରିବାକୁ ଚୁକ୍ତି ହୋଇ ସାରିଥିଲେ ମଧ୍ୟ ଗ୍ୟାଙ୍ଗଷ୍ଟର ମିଳିବା ପରେ ସେ ମୋ ୩ଟି ଫିଲ୍ମ କରିବାକୁ ମନା କରି ଦେଇଥିଲେ । କଙ୍ଗନା ମୋ ସହ ଖେଳିବା ଠିକ୍‌ ନୁହେଁ । କାରଣ ତାଙ୍କ ସହ ଖେଳିବା ପାଇଁ ମୋ ପାଖରେ ଅନେକ କିଛି ରହିଛି ବୋଲି କହିଛନ୍ତି ନିହଲାନୀ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.