ଆଲିଆଙ୍କୁ କଙ୍ଗନାଙ୍କ ଉପଦେଶ : କରଣ ଜୋହରଙ୍କ ଇଶାରାରେ କଣ୍ଢେଇ ହୋଇ ନାଚିବା ଛାଡ଼ି ନିଜର ସ୍ୱର ଉଠାଅ, ନିଜକୁ ସ୍ୱତନ୍ତ୍ର କର

ମୁମ୍ବାଇ : ସବୁବେଳେ କୌଣସି ମାମଲାକୁ ନେଇ ନିଜର ସ୍ୱତନ୍ତ୍ର ମତ ରଖିଥାନ୍ତି ଅଭନେତ୍ରୀ କଙ୍ଗନା ରାନାଓ୍ଵତ୍‌ । ବଲିଉଡ୍‌ରେ ନାରୀ ଶକ୍ତିକୁ ଆଣିଥିବା କଙ୍ଗନା ସଫଳ ହେବା ପାଇଁ କାହାର ସାହାଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ। କିଛି ଦିନ ତଳେ ତାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ରିଲିଜ୍‌ ହୋଇଥିଲା । ଯାହାକୁ ନେଇ ବଲିଉଡ୍‌ର ଅନେକ କଳାକାର ତାଙ୍କୁ ଟ୍ରୋଲ କରିଥିଲେ । କିନ୍ତୁ ସେ କାହା କଥାରେ ପ୍ରଭାବିତ ନ ହୋଇ ସମସ୍ତଙ୍କୁ ଉଚିତ୍‌ ଜବାବ ଦେଇଥିଲେ । ଅଭିନେତା ଆମୀର ଖାନ୍‌ ଏବଂ ଅଭିନେତ୍ରୀ ଆଲିଆଙ୍କ ଭଟ୍ଟଙ୍କୁ ମଧ୍ୟ ସେ ସ୍ୱାର୍ଥୀ ବୋଲି କହିଥିଲେ । ଏବେ ସେ ପିଙ୍କ୍‌ଭିଲାକୁ ସାକ୍ଷାତକାର ଦେଇ ଆଲିଆଙ୍କୁ ନେଇ ଆଉ ଏକ ଖୁଲାସା କରିଛନ୍ତି ।

କଙ୍ଗନା କହନ୍ତି, ମୁଁ ଆଲିଆଙ୍କ ପାଖରେ ପହଞ୍ଚି ତାଙ୍କୁ କିଛି ଉପଦେଶ ଦେଇଥିଲି । ତାଙ୍କ ପାଖକୁ ଯାଇ ତୁମେ କାହିଁକି ଭାବୁଛ ମଣିକର୍ଣ୍ଣିକା ମୋର ବ୍ୟକ୍ତିଗତ ବିବାଦ । ଏହା ଏକ ଏମିତି ଫିଲ୍ମ ଯାହା ବିଷୟରେ ସାରା ଦେଶ କଥା ହେଉଛି ଏବଂ ଭାବୁଛି । ଏ ନେଇ ହେଉଥିବା ବିବାଦକୁ ନେଇ ବଲିଉଡ୍‌ରୁ କେହି କାହିଁକି ସ୍ୱର ଉଠାଉ ନାହିଁ ବୋଲି ଲୋକେ କହୁଛନ୍ତି । ମୁଁ ତୁମ ଫିଲ୍ମ ଦେଖିବା ସହ ପ୍ରଂଶସା ମଧ୍ୟ କରେ । ତୁମେ କାହିଁକି ମୋ ଫିଲ୍ମ ଦେଖିବା ପାଇଁ ଡ଼ରୁଛ । ନାରୀ ସଶକ୍ତିକରଣ ଉପରେ ତୁମେ କିଛି ଫିଲ୍ମ କରିଛ । ଯାହା ସମସ୍ତଙ୍କୁ ପ୍ରଭାବିତ କରିଛି । କିନ୍ତୁ ଅସଲ ଜୀବନରେ ଯଦି ତୁମେ ନିଜର ସ୍ୱର ଉଠାଇବା ନାହିଁ,ତେବେ ତୁମ ସଫଳତାର କିଛି ମାନେ ନାହିଁ ବୋଲି କହିଥିଲି ।

bollywoodbubble.com

ମୁଁ ତାଙ୍କୁ ଉପଦେଶ ଦେଲି କି, ଯଦି ସେ କେବଳ ଟଙ୍କା ଆୟ କରିବାରେ ମନ ଦେଉଛନ୍ତି ଏବଂ ନିଜର ସ୍ୱର ଉଠାଉ ନାହାନ୍ତି,ତେବେ ତାହାର କିଛି ମୂଲ୍ୟ ନାହିଁ । କରଣ ଜୋହରଙ୍କ କଣ୍ଢେଇ ହୋଇ ନାଚିବା ଛାଡ଼ି ନିଜର ସ୍ୱର ଉଠାଅ । ଆଶା କରୁଛି କି ସେ ନିଜର ସଫଳତା ଏବଂ ଦାୟିତ୍ୱର ସଠିକ୍‌ ଅର୍ଥ ବୁଝିବେ ବୋଲି କଙ୍ଗନା ସାକ୍ଷାତକାରରେ କହିଥିଲେ ।

ସମ୍ବନ୍ଧିତ ଖବର