ପ୍ରିୟଙ୍କାଙ୍କ ସମର୍ଥନରେ ବାହାରିଲେ କଙ୍ଗନା, ପାକିସ୍ତାନକୁ ଦେଲେ କଡ଼ା ଜବାବ

ମୁମ୍ବାଇ : ଜଣେ ପାକିସ୍ତାନୀ ମହିଳାଙ୍କୁ ଉଚିତ୍‌ ଜବାବ ଦେଇଥିବାରୁ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କାଙ୍କ ଜବାବ ଶୁଣି ପାକିସ୍ତାନୀ ମହିଳାଜଣଙ୍କ ରାଗିଯିବା ସହ ପ୍ରିୟଙ୍କାଙ୍କୁ ନେଇ ବିବାଦୀୟ ମତ ରଖିବା ଆରମ୍ଭ କରି ଦେଇଥିଲେ । ଏମିତିକି ତାଙ୍କୁ ଗୁଡ୍‌ଓ୍ଵିଲ୍‌ ଆମ୍ବାସାଡାର ପଦରୁ ହଟାଇବା ପାଇଁ ମଧ୍ୟ ମହିଳାଜଣଙ୍କ ଦାବି କରିଥିଲେ । ମହିଳାଙ୍କ ଦାବି ଦେଖି ପାକିସ୍ତାନର ମାନବାଧିକାର ଆୟୋଗର ମନ୍ତ୍ରୀ ଏବେ ଜାତିସଂଘକୁ ଚିଠି ଲେଖି ପ୍ରିୟଙ୍କାଙ୍କୁ ହଟାଇବାର ଦାବି କରିଛନ୍ତି । ତେବେ ପ୍ରି୍ରୟଙ୍କାଙ୍କୁ ସବୁ ଦିଗରୁ ବିରୋଧ କରାଯାଉଥିବା ଦେଖି ତାଙ୍କ ସମର୍ଥନରେ ବାହାରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ।

କଙ୍ଗନାଙ୍କ କହିବା ଅନୁଯାୟୀ, ଯେତେବେଳେ ଆପଣ ନିଜର କର୍ମ ଓ ଭାବନା ମଧ୍ୟରେ ଫସି ରହିଥାନ୍ତି, ସେ ସମୟରେ କୌଣସି ଗୋଟେକୁ ବାଛିବା କଷ୍ଟ ହୋଇ ପଡ଼ିଥାଏ । ୟୁନିସେଫ୍‌ର ଗୁଡ୍‌ଓ୍ଵିଲ୍‌ ଆମ୍ବାସାଡ଼ାର ହିସାବରେ ଆପଣ ଆପଣଙ୍କ ପରିଚୟ ଗୋଟେ ଦେଶ ପର୍ଯ୍ୟନ୍ତ ସୀମିତ ରଖି ପାରିବେ ନାହିଁ । କିନ୍ତୁ ଆମ ମଧ୍ୟରୁ କିଛି ଲୋକ ନିଜ ମସ୍ତିଷ୍କ କଥା ନ ଶୁଣି ନିଜ ହୃଦୟ କଥା ଶୁଣିଥାନ୍ତି । ପ୍ରିୟଙ୍କା ମଧ୍ୟ ଠିକ୍‌ ତାହା ହିଁ କରିଛନ୍ତି ଏବଂ ଭାରତକୁ ସମର୍ଥନ ଜଣାଇଛନ୍ତି ।

पाकिस्तान की एक्ट्रेस अमरीना खान ने लिखा था खुला खत
oneindia.com

ସୂଚନା ମୁତାବକ, ଜଣେ ୟୁନିସେଫ୍‌ର ଗୁଡ୍‌ଓ୍ଵିଲ୍‌ ଆମ୍ବାସାଡ଼ାର ହିସାବରେ ପ୍ରି୍ରୟଙ୍କାଙ୍କୁ ଦୁଇ ଦେଶ ମଧ୍ୟରେ ଶାନ୍ତି ବଜାୟ ରଖିବା ଦରକାର । କିନ୍ତୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ପ୍ରିୟଙ୍କା ସମର୍ଥନ ଜଣାଇ ପାକିସ୍ତାନକୁ ବିରୋଧ କରିଥିବାରୁ ତାଙ୍କୁ ନେଇ ପାକିସ୍ତାନ ଏବେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର