କେରଳ ବନ୍ୟା ପ୍ରପୀଡ଼ିତଙ୍କୁ ମନ ଖୋଲି ଦାନ କଲେ ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାଓ୍ଵତ୍‌

ମୁମ୍ବାଇ: କେରଳରେ ବନ୍ୟାର ତାଣ୍ଡବ ପରେ ଏବେ କେରଳକୁ ପୁଣି ଥରେ ପୂର୍ବ ପରି ଗଢ଼ିବା ପାଇଁ ଲାଗି ପଡ଼ିଛି ସାରା ଦେଶ । ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତେ କିଛି ନା କିଛି ସହାୟତା ରାଶି ଦାନ କରି ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି । ପୂର୍ବରୁ ବଲିଉଡ୍‌ର ବଡ଼ ବଡ଼ କଳାକାର ସଲମାନ ଖାନ୍‌, ଶାହରୁଖ୍‌ ଖାନ୍‌, ଅକ୍ଷୟ କୁମାରଙ୍କ ଭଳି କଳାକାରଙ୍କ ନାଁ ଆସି ସାରିଥିବା ବେଳେ ଏକ ନୂଆ ନାଁ ଏଥିରେ ସାମିଲ ହୋଇଛି । ବଲିଉଡ୍‌ର କୁଇନ୍‌ କଙ୍ଗନା ରାଣାଓ୍ଵତ୍‌ ଏବେ କେରଳବାସୀଙ୍କ ପାଇଁ ସହାୟତା ହାତ ବଢ଼ାଇଥିବା ଜଣା ପଡ଼ିଛି । ଅନ୍‌ଲାଇନ୍‌ରେ ସେ କେରଳ ରିଲିଫ୍‌ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ସହାୟତା ରାଶି ଦାନ କରିଥିବା ଜଣା ପଡ଼ିଛି । ଦିନ ରାତି ସୁଟିଂରେ ବ୍ୟସ୍ତ ଥିବାରୁ ସେ ଅନ୍‌ଲାଇନ୍‌ ଟଙ୍କା ପଠାଇଥିବା ଜଣା ପଡ଼ିଛି ।

Hindustan Times

ସୂଚନା ମୁତାବକ, ତାଙ୍କ ଫିଲ୍ମ ମେଣ୍ଟାଲ ଏବଂ ମଣିକର୍ଣ୍ଣିକା ଏବେ ରିଲିଜ ଅପେକ୍ଷାରେ ଥିବା ବେଳେ ଫିଲ୍ମ କାମକୁ ନେଇ ବ୍ୟସ୍ତ ରହୁଛନ୍ତି କଙ୍ଗନା । ଦୁଇଟି ଫିଲ୍ମର କାହାଣୀ ଭିନ୍ନ ଥିବା ବେଳେ ବକ୍ସ ଅଫିସରେ ତାହା କମାଲ କରିବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର