‘ମଣିକର୍ଣ୍ଣିକା’ ବିବାଦ ଭିତରେ ନୂଆ ସିନେମା ସାଇନ୍ କଲେ କଙ୍ଗନା, କିନ୍ତୁ ଫିଲ୍ମ ଦେବା ପୂର୍ବରୁ ସାଇନ୍ କରାଗଲା ନୋ ଇଣ୍ଟରଫିଅରେନ୍ସ କଣ୍ଟ୍ରାକ୍ଟ
ମୁମ୍ବାଇ : କିଛି ଦିନ ହେବ ଫିଲ୍ମ ‘ମଣିକର୍ଣ୍ଣିକା’ର ବିବାଦକୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ କୁଇନ୍ କଙ୍ଗନା ରାଣାଓ୍ଵତ୍ । ଫିଲ୍ମର ଗୋଟେ ପରେ ଗୋଟେ ସଦସ୍ୟ ଫିଲ୍ମ ଛାଡ଼ୁଥିବା ବେଳେ ଏବେ ସେ ଆଉ ଏକ ଫିଲ୍ମ ସାଇନ୍ କରିଥିବା ଜଣାପଡ଼ିଛି । କିନ୍ତୁ ‘ମଣିକର୍ଣ୍ଣିକା’ ଭଳି ମଧ୍ୟ ତାଙ୍କ ଫିଲ୍ମ ଯେପରି ଅଧାରେ ଅଟକି ନ ଯାଉ ସେ ନେଇ ନିର୍ଦ୍ଦେଶକ ଅଶ୍ୱିନୀ ତିଓ୍ଵାରି କଙ୍ଗନାଙ୍କୁ ଏକ କଣ୍ଟ୍ରାକ୍ଟ ସାଇନ୍ କରାଇଛନ୍ତି। । ଏହା ଦ୍ୱାରା କଙ୍ଗାନା ଫିଲ୍ମର ସୁଟିଂରେ କୌଣସି ବାଧା ସୃଷ୍ଟି କରି ପାରିବେ ନାହିଁ । ‘ମଣିକର୍ଣ୍ଣିକା’ ଭଳି ତାଙ୍କ ଫିଲ୍ମ ‘ପଙ୍ଗା’ ମଧ୍ୟ ସେଭଳି ପରିସ୍ଥିତିର ସାମ୍ନା ନ କରୁ ସେଥିପାଇଁ ନିର୍ଦ୍ଦେଶକ ଅଶ୍ୱିନୀ ନୋ ଇଣ୍ଟରଫିଅରେନ୍ସ କଣ୍ଟ୍ରାକ୍ଟ ସାଇନ୍ କରାଇଥିବା ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, କଙ୍ଗନା ଫିଲ୍ମ ‘ମଣିକର୍ଣ୍ଣିକା’କୁ ନେଇ ବାରମ୍ବାର ନିଜର ମତ ସମସ୍ତଙ୍କ ଉପରେ ଲଦୁ ଥିବାରୁ ଫିଲ୍ମର ନିର୍ଦ୍ଦେଶକ ଏହି ଫିଲ୍ମର ନିର୍ଦ୍ଦେଶନା ଦେବାକୁ ମନା କରି ଦେଇଥିଲେ । ଏହା ପରେ ଅଭିନେତା ସୋନୁ ସୁଦ୍ ମଧ୍ୟ କଙ୍ଗନାଙ୍କ ସହ ଝଗଡ଼ା କରି ଏହି ଫିଲ୍ମ ଛାଡ଼ିଥିଲେ ।
କଙ୍ଗନା ରାଣା