ପୁଲଓ୍ଵାମା ଆକ୍ରମଣ ପରେ ମୋତେ ସୀମାକୁ ଯାଇ ଯବାନଙ୍କଠାରୁ ବନ୍ଧୁକ ଛଡ଼ାଇ ସେମାନଙ୍କ କାମ ଶେଷ କରିବାକୁ ଇଚ୍ଛା ହେଉଥିଲା : କଙ୍ଗନା ରାଣାଓ୍ଵତ୍‌

ମୁମ୍ବାଇ : ନିଜର ମନଖୋଲା ବୟାନ ରଖିବାର ଅନ୍ଦାଜ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ କଙ୍ଗନା ରାନାଓ୍ଵତ୍‌ । ଫିଲ୍ମ ଦୁନିଆର ରାଜ୍‌ ଖୋଲିବା ହେଉ ବା କୌଣସି ବିଷୟରେ ନିଜର ମତ ରଖିବା ହେଉ, ସବୁ ବେଳେ ନିଡ଼ର ହୋଇ ସେ ନିଜର ମନ କଥା କହିଥାନ୍ତି । ତେବେ ଦୁଇ ସପ୍ତାହ ତଳେ ପୁଲଓ୍ଵାମାରେ ହୋଇଥିବା ଆକ୍ରମଣକୁ ନେଇ ସେ ନିଜର ମନର ଅବସ୍ଥା  କିପରି ଥିଲା ତାହା ଜଣାଇଛନ୍ତି ।

India Today

ତାଙ୍କ କହିବା ଅନୁଯାୟୀ, ଏଭଳି ଘଟଣା ବିଷୟରେ ଶୁଣି ମୋ ହୃଦୟ ଭାଙ୍ଗି ଯାଇଥିଲା । ଏଭଳି ଅମାନବୀୟ ଘଟଣା ବିଷୟରେ ଜାଣି ମୋ ମନରେ ଖୁବ୍‌ ରାଗ ଆସିଥିଲା । ସୀମାକୁ ଯାଇ କାହାର ବି ବନ୍ଧୁକ ଛଡ଼ାଇ ନେଇ ସେମାନଙ୍କୁ ନିପାତ କରିବା ପାଇଁ ଇଚ୍ଛା ହେଉଥିଲା ବୋଲି କହିଛନ୍ତି କଙ୍ଗନା । ତେବେ ଏହା ପ୍ରଥମ ନୁହେଁ, ଦେଶରେ ଚାଲିଥିବା ଅଶାନ୍ତ ପରିସ୍ଥିତି ଉପରେ କଙ୍ଗନା ଅନେକ ଥର ନିଡ଼ର ହୋଇ ନିଜ ବୟାନ ଦେଇଥିବାରୁ ଲୋକେ ତାଙ୍କୁ ପ୍ରଶଂସା କରିଥିଲେ ।

ସମ୍ବନ୍ଧିତ ଖବର