କଙ୍ଗନାଙ୍କ ବିବାଦୀୟ ବୟାନ: ରଣବୀରଙ୍କୁ ୩୭ ଆଲିଆଙ୍କୁ ୨୭ବର୍ଷ, ସେମାନେ ଯୁବ କଳାକାର କେମିତି ହେଲେ? ୨୭ବର୍ଷ ବୟସରେ ତ ମୋ ମା’ ୩ଟି ସନ୍ତାନ ଜନନୀ ବନି ଯାଇଥିଲେ

ମୁମ୍ବାଇ : ସବୁବେଳେ କୌଣସି ବିଷୟକୁ ନେଇ ମନ ଖୋଲି ନିଜର ମତ ରଖିଥାନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ । କଥାଟି ଯେତେ ବିବାଦୀୟ ହେଲେ ମଧ୍ୟ ସେ ତାହାର ପରିଣାମ କଥା ଭାବନ୍ତି ନାହିଁ । ନିକଟ ଅତୀତରେ ସେ ଏମିତି ଅନେକ ବୟାନବାଜି କରିଛନ୍ତି, ଯାହା ପରେ ବିବାଦର ରୂପ ନେଇଛି । ଏବେ ପୁଣି ସେ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଟାର୍ଗେଟ କରି ଏକ ବଡ଼ ବୟାନ ଦେଇଛନ୍ତି । ଦୁହିଁଙ୍କ ବୟସକୁ ନେଇ ସେ ଥଟ୍ଟା କରିବା ସହ ସେମାନଙ୍କୁ ଯୁବ କଳାକାର କିପରି କୁହାଯିବ ବୋଲି ପ୍ରଶ୍ନ କରିଛନ୍ତି । ମିଡ୍‌ ଡେକୁ ଏକ ସାକ୍ଷାତକାର ଦେଇ କଙ୍ଗନା ଏଭଳି ବିବାଦୀୟ ବୟାନ ରଖିଥିବା ଜଣା ପଡ଼ିଛି ।

oneindia.com

ରଣବୀର ଏବଂ ଆଲିଆଙ୍କୁ ଯୁବ କଳାକାର କୁହାଯିବା ପରେ କଙ୍ଗନା ବିରକ୍ତ ହେବା ସହ, ରଣବୀରଙ୍କୁ ୩୭ବର୍ଷ ଏବଂ ଆଲିଆ ୨୭ । ୨୭ବର୍ଷ ବୟସରେ ତ ମୋ ମା’ ୩ଟି ସନ୍ତାନର ମା’ ବନି ଯାଇଥିଲେ । ସେମାନଙ୍କୁ ଯୁବ କଳାକାର କହିବା ସଂପୂର୍ଣ୍ଣ ଭୁଲ ବୋଲି କହିଥିଲେ କଙ୍ଗନା । ସୂଚନା ମୁତାବକ, ଆଲିଆ ଏବଂ ରଣବୀର କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ରିଲିଜ୍‌ ହେବା ପରେ ନ ଦେଖିବା ସହ ତାଙ୍କୁ ସମର୍ଥନ କରି ନ ଥିଲେ, ଯାହା ପରଠାରୁ କଙ୍ଗନା ଦୁହିଁଙ୍କୁ ନେଇ ବିବାଦୀୟ ବୟାନ ଦେବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର