#ମି ଠୁ ଅଭିଯାନ ପରେ ଏବେ ଲୋକ କାହା ସହ ଯୌନ ଶୋଷଣ କରିବା କଥା ଚିନ୍ତା କରିବା ପୂର୍ବରୁ ୧୦ଥର ଭାବିବେ: କଙ୍ଗନା ରାଣାଓ୍ଵତ୍‌

ମୁମ୍ବାଇ: ବଲିଉଡ୍‌ରେ ଆଗକୁ ବଢ଼ିବା ସହ ସଫଳ ହେବା ପାଇଁ ଗଡ଼ଫାଦରର ଆବଶ୍ୟକତା ରହୁଥିବା ବେଳେ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଲୋକମାନଙ୍କର ଏଭଳି ଭାବନାରେ ପରିବର୍ତ୍ତନ ଆଣିଥିଲେ । ନିଜ ପରିବାରର କେହି ବି ଫିଲ୍ମ ଇଣ୍ଡଷ୍ଟ୍ରିରେ ନଥିବା ବେଳେ ସେ ଏକା ଏକା ଲଢ଼ିବା ସହ ଆଜି ବଲିଉଡ୍‌ର କୁଇନ୍‌ ବନି ପାରିଛନ୍ତି । ସବୁ ବେଳେ ନିଜ ମତକୁ ସେ ସ୍ପଷ୍ଟ ଭାବରେ ରଖୁଥିବା ବେଳେ #ମି ଠୁ ଅଭିଯାନକୁ ନେଇ ମଧ୍ୟ ନିଜର ମତ ରଖିଛନ୍ତି ।

#ମି ଠୁ ଅଭିଯାନକୁ ସମର୍ଥନ କରି, ଏହି ଅଭିଯାନ ହେବା ପରେ ଅନେକ ନାଁ ସାମ୍ନାକୁ ଆସିଲା । ଯାହାକୁ ନେଇ ମୁଁ ଖୁସି । ମହିଳାମାନେ ନିଜ ସହ ହେଉଥିବା ଶୋଷଣକୁ ନେଇ ସ୍ୱର ଉଠାଉଛନ୍ତି, ଯାହା ପାଇଁ ମୁଁ ଗର୍ବିତ । ଏପରି ହେବା ଦ୍ୱାରା ଏବେ ପୁରୁଷମାନେ ଶୋଷଣ କରିବା ପୂର୍ବରୁ ୧୦ଥର ଭାବିବେ । ସବୁ ମହିଳାଙ୍କୁ ରାଣୀ ଲକ୍ଷ୍ମୀବାଈଙ୍କ ଭଳି ହୋଇ ନିଜର ସୁରକ୍ଷା କରି ଶିଖିବା ଦରାକାର । ଯେଉଁମାନେ ନିଜ ସହ ହେଉଥିବା ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି, ସେମାନଙ୍କ ମନୋବଳକୁ ଭାଙ୍ଗିବା ଠିକ୍‌ ନୁହେଁ ବୋଲି କହିଥିଲେ କଙ୍ଗନା ।

Stay Up to date

ସୂଚନା ମୁତାବକ, କଙ୍ଗନା ଏବେ ନିଜର ଆଗାମୀ ଫିଲ୍ମ ମଣିକର୍ଣ୍ଣିକାକୁ ନେଇ ବ୍ୟସ୍ତ ଅଛନ୍ତି । ଫିଲ୍ମଟି ଜାନୁଆରି ୨୫ରେ ରିଲିଜ୍‌ ହେବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର