ତାପ୍‌ସୀଙ୍କ ପରେ ଦୀପିକାଙ୍କୁ ଟାର୍ଗେଟ କଲେ ରଙ୍ଗୋଲି, କହିଲେ; ଅବସାଦଗ୍ରସ୍ତ ବୋଲି କହି କେବଳ ପବ୍ଲିସିଟି କରୁଛନ୍ତି

ମୁମ୍ବାଇ : ଏଇ କିଛି ଦିନ ହେଲାଣି ଅଭିନେତ୍ରୀ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ବଲିଉଡ୍‌ କଳାକାରମାନଙ୍କୁ ଟାର୍ଗେଟ କରୁଥିବା ଦେଖା ଯାଇଛି। କିଛି ଦିନ ତଳେ ସେ ତାପ୍‌ସୀଙ୍କୁ କଙ୍ଗନାଙ୍କ ଶସ୍ତା କପି ବୋଲି କହିଥିବା ବେଳେ ଏବେ ସେ ବଲିଉଡ୍‌ର ମସ୍ତାନୀ ଦୀପିକାଙ୍କୁ ଟାର୍ଗେଟ କରିଛନ୍ତି । ପବ୍ଲିସିଟି ପାଇଁ ଦୀପିକା ଅବସାଦଗ୍ରସ୍ତ ଥିବା ନେଇ ନାଟକ କରିଥିଲେ ବୋଲି କହିଛନ୍ତି ରଙ୍ଗୋଲି ।

ସୂଚନା ମୁତାବକ, କିଛି ବର୍ଷ ତଳେ ଦୀପିକା ନିଜ ଅବସାଦଗ୍ରସ୍ତ ବିଷୟକୁ ନେଇ ଖୋଲାଖୋଲି ଭାବେ କଥା ହୋଇଥିଲେ । ଏବେ ୟୁଟ୍ୟୁବ୍‌ରେ ସେ ଭିଡିଓକୁ ୧ ମିଲିୟନ ଲୋକ ଦେଖି ସାରିଥିବାରୁ ମେଣ୍ଟାଲ ହେଲ୍‌ଥ ଫାଉଣ୍ଡେସନ ଦୀପିକାଙ୍କ ସହ ଏକ ଭିଡିଓ ସେୟାର କରି ନିଜର ଖୁସି ଜାହିର କରିଥିଲା । ଭିଡିଓରେ, ଦୀପିକା ଜଣେ ମହିଳାଙ୍କ ହାତ ଧରି ନାଚୁଥିବା ଦେଖା ଯାଇଛି । ଏହି ଭିଡିଓକୁ ଦେଖି ରଙ୍ଗୋଲି ଟୁଇଟ୍‌ କରି ତାଙ୍କ ଅବସାଦଗ୍ରସ୍ତ ଖବରକୁ ମିଛ ବୋଲି କହିଛନ୍ତି ।

ଟୁଇଟ୍‌ କରି, ଏ କ’ଣ ହେଉଛି? ଏହାକୁ କ’ଣ ଅବସାଦଗ୍ରସ୍ଥ ବୋଲି କୁହାଯାଏ? ଏ ହେଉଛନ୍ତି ସେହି ଲୋକ, ଯେଉଁ ମାନଙ୍କୁ ମେଣ୍ଟାଲ ହେ କ୍ୟା ଶବ୍ଦ ଶୁଣି ଅସୁବିଧା ହେଉଥିଲ । କିନ୍ତୁ ଏବେ ଅବସାଦଗ୍ରସ୍ତ ଭିଡିଓରେ ବରଯାତ୍ରୀ ଭଳି ନାଚୁଛନ୍ତି । ଅବସାଦଗ୍ରସ୍ତ ନାଁରେ ପବ୍ଲିସିଟି କରିବାର କେତେ ଶସ୍ତା ବାଟ ଆପଣାଇଛ ବୋଲି ଲେଖିଥିଲେ ରଙ୍ଗୋଲି । ତାଙ୍କର ଏଭଳି ଟୁଇଟ୍‌ ପରେ ଦୀପିକାଙ୍କ ପ୍ରଶଂସକ ତାଙ୍କୁ ଟ୍ରୋଲ କରିବାରେ ଲାଗି ପଡ଼ିଛନ୍ତି ।

ସମ୍ବନ୍ଧିତ ଖବର