‘ଗ୍ୟାଙ୍ଗ୍‌ଷ୍ଟର୍‌’ର ଗର୍ଲଫ୍ରେଣ୍ଡ୍‌ ନ ହୋଇଥିଲେ ପର୍ଣ୍ଣଷ୍ଟାର୍‌ ବନିଥାନ୍ତେ କଙ୍ଗନା !

ବଲିଉଡ଼୍‍ର ଲୋକପ୍ରିୟ ନାୟିକା କଙ୍ଗନା ରାନାଓ୍ଵତ୍‌ ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗ୍ୟାଙ୍ଗ୍‌ଷ୍ଟର୍‌’ରୁ ହିରୋଇନ୍‌ ଭାବେ ଡ଼େବ୍ୟୁ କରିଥିଲେ। ସେତେବେଳ ତାଙ୍କୁ ବୟସ ହୋଇଥିଲା ମାତ୍ର ୧୭ ବର୍ଷ। ଏହିତ ଫିଲ୍ମରେ କଙ୍ଗନା ରାନାଓ୍ଵତ୍‌ କାମ କରିବା ପରେ ରାତାରାତି ଷ୍ଟାର୍‌ ବନି ଯାଇଥିଲେ।

ହେଲେ ଆପଣ କ’ଣ ଜାଣନ୍ତି କି ‘ଗ୍ୟାଙ୍ଗ୍‌ଷ୍ଟର୍‌’ର ଗର୍ଲଫ୍ରେଣ୍ଡ୍‌ ଭୂମିକା ନିଭାଇବା ଆଗରୁ କଙ୍ଗନା ଏକ ଆଡ଼ଲ୍‌ଟ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ? କଙ୍ଗନା ନିଜ ପରିବାରର ଇଛା ବିରୁଦ୍ଧରେ ଯାଇ ବଲିଉଡ଼୍‍ରେ ହିରୋଇନ୍‌ ହେବା ଲାଗି ମୁମ୍ବାଇ ଆସିଥିଲେ। ସେ ମୁମ୍ବାଇରେ ଅନେକ ସଂଘର୍ଷ କରିଥିଲେ। ଛଅ ମାସ ଯାଏଁ ବିଭିନ୍ନ ପ୍ରଯୋଜନା ସଂସ୍ଥା ସହିତ ଯୋଗାଯୋଗ କରି ବି କାମ ମିଳିଲାନି ତାଙ୍କୁ।

ଠିକ୍‌ ସେହି ସମୟରେ କଙ୍ଗନାଙ୍କୁ ଏକ ଆଡ଼ଲ୍‌ଟ ମୁଭିର ଅଫର୍‌ ମିଳିଥିଲା,ଯାହାକୁ ସେ ସ୍ୱୀକାର କରିଥିଲେ। କଙ୍ଗନା ଯେଉଁଦିନ ସେହି ଫିଲ୍ମର ସୁଟିଂରେ ପହଞ୍ଚିଲେ,ସେହିଦିନ ତାଙ୍କୁ ଭଲ ଲାଗିଲା ନାହିଁ। ସେଟ୍‌ରେ ଯାହା ଦେଖିଲେ,ସେଥିରୁ ସେ ଅନୁମାନ କରିନେଲେ ଯେଏଠାରେ ଅଶ୍ଳୀଳ ସିନେମାର ସୁଟିଂ ହେବ। ଭଲ ନ ଲାଗିଲେ ମଧ୍ୟ କଙ୍ଗନା ପ୍ରଥମ ଦିନ ସୁଟ୍‌ କରିଥିଲେ। ହେଲେ ସେହିଦିନ ଅନୁରାଗ ବସୁଙ୍କ ଫିଲ୍ମ ‘ଗ୍ୟାଙ୍ଗ୍‌ଷ୍ଟର୍‌’ର ଅଫର୍‌ ଆସିଲା। ଏହି ଫିଲ୍ମ ସାଇନ୍‌ କରିବା ପରେ କଙ୍ଗନା ରାନାଓ୍ଵତ୍‌ ସେହି ଆଡ଼ଲ୍‌ଟ ଫିଲ୍ମ ଛାଡ଼ିଥିଲେ। କଙ୍ଗନା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ,ଯଦି ‘ଗ୍ୟାଙ୍ଗ୍‌ଷ୍ଟର’ରେ କାମ କରି ନଥା’ନ୍ତେ ,ହୁଏତ ଜଣେ ପର୍ଣ୍ଣଷ୍ଟାର୍‌ ହୋଇଥାନ୍ତେ ଓ ତାଙ୍କର ଦୁନିଆ ଭିନ୍ନ ହୋଇଥାନ୍ତା।

ସମ୍ବନ୍ଧିତ ଖବର