ସାରା ଦେଶକୁ ଚିନ୍ତାରେ ପକାଇଥିବା କନିକା ଏବେ କରୋନାରୁ ମୁକୁଳିଲେ

ନୂଆଦିଲ୍ଲୀ :  କଣ୍ଠଶିଳ୍ପୀ କନିକା କପୁରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ୧୬ ଦିନ ଧରି କରୋନା ଭୂତାଣୁ ସହ ଲଢ଼େଇ କରିବା ପରେ ଏବେ ସେ ମୁକୁଳିଛନ୍ତି। ଶନିବାର ତାଙ୍କ ନମୁନା ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି। ଡାକ୍ତରଙ୍କ କହିବା ମୁତାବକ ପୁନର୍ବାର ଯାଞ୍ଚ ପରେ କନିକା ହସ୍ପିଟାଲରୁ ଡିସଚାର୍ଜ ହେବେ। କନିକା ମାର୍ଚ୍ଚ ୨୦ତାରିଖରେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଖବର ତାଙ୍କ ପ୍ରଶଂସକଙ୍କୁ ଦୁଃଖ ପହଞ୍ଚାଇଥିଲା। ଲକ୍ଷ୍ନୌର ପିଜିଆଇ ହସ୍ପିଟାଲ୍‌ରେ ସେ ଚିକିତ୍ସିତ ହେଉଥିଲେ। ମାତ୍ର ୪ ଥର ତାଙ୍କର ରକ୍ତ ପରୀକ୍ଷା ପରେ ମଧ୍ୟ ସେ କରୋନା ପଜିଟିଭି ଥିବା ଜଣା ପଡ଼ିଥିଲା।

କନିକା ମାର୍ଚ୍ଚ ୧୪ରେ ଲଣ୍ଡନରୁ ଲକ୍ଷ୍ନୌ ଫେରିଥିଲେ। ସେଠାରୁ ଆସି ସେ ଲକ୍ଷ୍ନୌରେ ଏକ ହୋଟେଲରେ ରହିଥିଲେ। ୩ଟି ପାର୍ଟିରେ ମଧ୍ୟ ସାମିଲ ହୋଇଥିଲେ। ସେଠାରେ ସେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଓ ତାଙ୍କ ପୁଅ ଦୁଷ୍ୟନ୍ତ ସିଂହ ପରିବାର ସହ ମଧ୍ୟ ସାମିଲ୍‌ ହୋଇଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ ଓ ତାଙ୍କ ପତ୍ନୀଙ୍କ ସମ୍ପର୍କରେ ମଧ୍ୟ କନିକା ଆସିଥିଲେ। କନିକା ଲଣ୍ଡନରୁ ଫେରି ଏ ସମ୍ପର୍କରେ କୌଣସି ସୂଚନା ନ ଦେଇ କରୋନା ମୁକାବିଲା ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ଉପରେ ମକଦ୍ଦମା କରାଯାଇଥିଲା। ଯେବେ କନିକାଙ୍କର ରିପୋର୍ଟ ନେଗେଟିଭ ଆସିଲା ତା’ପରେ ସେ ଏ ସମ୍ପର୍କରେ ସେ ନିଜ ଓକିଲଙ୍କ ସହ କଥାବାର୍ତା କରିଥିଲେ।

ସମ୍ବନ୍ଧିତ ଖବର