ବିବାହ ପୂର୍ବରୁ ପତ୍ନୀଙ୍କୁ କେମିତି ଖୁସିରେ ରଖିବେ ତାହା ଜାଣିବା ପାଇଁ କେବିସି ସେଟ୍‌ରେ ପହଞ୍ଚିଲେ କପିଲ, ବିଗ୍‌ ବି ଦେଲେ ଏଭଳି ପରାମର୍ଶ

ମୁମ୍ବାଇ : ହାସ୍ୟ ଅଭିନେତା କପିଲ ଶର୍ମା ଡିିସେମ୍ବର ମାସରେ ନିଜ ପ୍ରେମିକା ଗିନ୍ନିଙ୍କ ସହ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ବିବାହ ପୂର୍ବରୁ କପିଲ ଏକ ପ୍ରଶ୍ନର ଉତ୍ତର ଖୋଜୁଥିବା ଜଣାପଡ଼ିଛି । ବିବାହ ପରେ ସେ ନିଜ ଭାବିପତ୍ନୀଙ୍କୁ କିପରି ଖୁସିରେ ରଖିବେ ସେ ନେଇ ସମସ୍ତଙ୍କ ରାୟ ଲୋଡି ସାରିଥିବା ବେଳେ ତାଙ୍କୁ ତାଙ୍କ ପ୍ରଶ୍ନର ଉତ୍ତର ମିଳି ପାରି ନ ଥିଲା ।ଏଥିପାଇଁ ସେ କ୍ୱିଜ୍‌ ସୋ’ କେବିସି ସେଟ୍‌କୁ ଯାଇ ନିଜ ପ୍ରଶ୍ନର ଉତ୍ତର ଖୋଜିଥିଲେ । ସୋ’ର ହୋଷ୍ଟ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ସେ ତାଙ୍କ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତର ତାଙ୍କୁ ଶେଷରେ ମିଳି ପାରିଥିଲା ।

ସୂଚନା ମୁତାବକ, ସୋ’ର ଏକ ପ୍ରମୋ ଭିଡିଓ ଭାଇରାଲ ହୋଇଛି । ଏଥିରେ କପିଲ ବିଗ୍‌ ବିଙ୍କୁ ଭାବିପତ୍ନୀଙ୍କୁ କିପରି ଖୁସି ରଖାଯିବ ସେ ନେଇ ଗୁରୁମନ୍ତ୍ର ମାଗୁଛନ୍ତି । ଉତ୍ତରରେ ବିଗ୍‌ ବି ତାଙ୍କୁ,”ପତ୍ନୀ କିଛି କହିବା ପୂର୍ବରୁ ତୁମେ ପ୍ରଥମେ କ୍ଷମା ମାଗିନେବ । ଯାହା ପରେ ତୁମର ସବୁ ଦୁଃଖ ଦୂର ହୋଇଯିବ” ବୋଲି କହୁଛନ୍ତି । ଏହି କଥା ଶୁଣି କପିଲ ବିଗ୍‌ ବିଙ୍କୁ ଥଟ୍ଟା କରିବା ଆରମ୍ଭ କରୁଛନ୍ତି । ବିଗ୍‌ ବିଙ୍କ ଡ଼ାଏଲଗ, ରିସ୍ତେ ମେଁ ତୋ ହମ୍‌ ତୁମ୍ହାରେ ବାପ୍‌ ଲଗ୍‌ତେ ହେଁ କହି ଯଦି ବାପାଙ୍କର ଏହି ହାଲ୍‌ ତେବେ ପିଲାମାନଙ୍କର ହିଁ ସେଭଳି ଅବସ୍ଥା ହେବ ବୋଲି କପିଲଙ୍କୁ ପ୍ରମୋ ଭିଡ଼ିଓରେ କହୁଥିବା ଦେଖାଯାଉଛି ।

ସମ୍ବନ୍ଧିତ ଖବର