ନିଜ ବିବାହ ଭୋଜିର ବଳକା ଖାଦ୍ୟକୁ ଭୋକିଲାଙ୍କ ମୁହଁରେ ପକାଇ ଉଦାହରଣ ସାଜିଲେ କମେଡି କିଙ୍ଗ୍‌

ମୁମ୍ବାଇ: ଦୀର୍ଘ ବର୍ଷର ପ୍ରେମିକା ଗିନ୍ନି ଚତୁର୍ଥଙ୍କ ସହ ଜଲନ୍ଧରଠାରେ ଡିସେମ୍ବର ୧୨ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି କମେଡି କିଙ୍ଗ୍‌ କପିଲ୍‌ ଶର୍ମା। ଡିସେମ୍ବର ୧୪ ତାରିଖରେ କପିଲ୍‌ ଅମ୍ରିତ୍‌ସରରେ ତାଙ୍କର ବିବାହ ଭୋଜି ଆୟୋଜନ କରିଥିଲେ। ମାତ୍ର ଗତ କିଛି ସପ୍ତାହ ତଳେ କପିଲ ଗିନ୍ନିଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ୍‌ରେ ଘୋଷଣା କରିଥିଲେ। ତେବେ, ସୂଚନା ରହିଛି ଯେ କପିଲ୍‌ ଏକ ମହାନ କାମ କରିଛନ୍ତି ବୋଲି।

ମିଳିଥିବା ସୂଚନା ମୁତାବକ, କପିଲ ନିଜ ବିବାହ ଭୋଜିର ବଳକା ଖାଦ୍ୟକୁ ‘ଫିଡିଂ ଇଣ୍ଡିଆ’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନକୁ ଦାନ କରି ଦେଇଛନ୍ତି। ଫଳରେ ଜଲନ୍ଧର, ଅମ୍ରିତସର ଓ ନିକଟସ୍ଥ ସହରଗୁଡ଼ିକରେ ଥିବା ଭୋକିଲାମାନଙ୍କୁ ଖାଦ୍ୟ ମିଳିପାରିଛି।

ଅବଶ୍ୟ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କପିଲଙ୍କୁ ଏ ସଂପର୍କରେ ଯୋଗାଯୋଗ କରାଯାଇଥିଲା। କପିଲ ବିନା ଚିନ୍ତା କରି ସଙ୍ଗେ ସଙ୍ଗେ ସେମାନଙ୍କ ପ୍ରସ୍ତାବରେ ହଁ ଭରିଥିଲେ। ସଂଗଠନ ପକ୍ଷରୁ କପିଲଙ୍କ ଧନ୍ୟବାଦ୍‌ ଦିଆଯାଇଛି। ସୂଚନା ରହିଛି ଯେ କପିଲ୍‌ ମୁମ୍ବାଇରେ ଆଉ ଏକ ବିବାହ ଭୋଜିର ଅୟୋଜନ କରିବେ।

ସମ୍ବନ୍ଧିତ ଖବର