୭ମାସ ପରେ ନିଜ ଫଟୋ ସେୟାର କରି ଓଜନ ବଢ଼ିବା ପଛର ପ୍ରକୃତ କାରଣ ଜଣାଇଲେ କପିଲ

ମୁମ୍ବାଇ: ଅନେକ ସମୟ ଧରି ହାସ୍ୟ ଅଭିନେତା କପିଲ ଶର୍ମା ଲାଇମଲାଇଟ୍‌ରୁ ଦୂରରେ ଥିବା ବେଳେ କିଛି ଦିନ ତଳେ ସେ ଖୁବ୍‌ ଶୀଘ୍ର ପରଦାକୁ ଫେରିବେ ବୋଲି ଜଣା ପଡ଼ିଥିଲା । କିଛି ଦିନର ବ୍ୟବଧାନ ପରେ ଏବେ ସେ ନିଜର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ପୂର୍ବ ପରି ସୁନ୍ଦର ଏବଂ ଖୁସି ଜଣା ପଡ଼ୁଛନ୍ତି । କିନ୍ତୁ ତାଙ୍କ ଓଜନ ପୂର୍ବ ଅପେକ୍ଷା ଅଧିକ ବଢ଼ି ଯାଇଥିବା ଦେଖା ଯାଇଛି । ତେବେ ତାଙ୍କର ଏପରି ଓଜନ ବୃଦ୍ଧିର ପ୍ରକୃତ କାରଣ କହିବାକୁ ଯାଇ ଲସି ଏବଂ କୁଲ୍‌ଚେ ଏଥି ପାଇଁ ଦାୟୀ ବୋଲି ସେ ଲେଖିଛନ୍ତି।

oneindia.com

ନିଜର ଫଟୋ ସେୟାର କରି ତାଙ୍କ ୫କେ.ଜି ଓଜନ ବଢ଼ିବା ପଛରେ ଲସି ଏବଂ କୁଲ୍‌ଚେର ହାତ ରହିଛି ବୋଲି ଲେଖି ସେ ପୋଷ୍ଟ କରିଥିଲେ । ତେବେ ନିଜ ଓଜନକୁ ସେ କମାଇବା ପାଇଁ ବ୍ୟାୟାମ ଆରମ୍ଭ କରିଥିବା ବେଳେ ଏବେ ସେ ଏକ ପଞ୍ଜାବୀ ଫିଲ୍ମ ସନ୍‌ ଅଫ୍‌ ମନ୍‌ଜୀତ୍‌ ସିଂ ନିର୍ମାଣ କରୁଥିବା ଜଣା ପଡ଼ିଛି । ଯାହା ପାଇଁ ସେ ଏବେ ଫିଲ୍ମର ପ୍ରମୋସନରେ ଲାଗିଥିବା ବେଳେ ଏହାର ଏକ ପୋଷ୍ଟର ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ସମ୍ବନ୍ଧିତ ଖବର