ପୂର୍ବରୁ ଏପିସୋଡ୍‌ ପିଛା ନେଉଥିଲେ ୮୦ଲକ୍ଷ ଟଙ୍କା, କିନ୍ତୁ ଏବେ ଏତେ କମ୍‌ ଟଙ୍କା ନେଇ ସୋ’ କରିବାକୁ ବାଧ୍ୟ ହେଉଛନ୍ତି କପିଲ

ମୁମ୍ବାଇ : ବିଗତ ଅତୀତରେ ଭାରତର ସବୁଠାରୁ ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସହ କ’ଣ ଘଟିଥିଲା ତାହା ପ୍ରାୟ ସମସ୍ତଙ୍କୁ ଜଣା । ନିଜ ସହ-କଳାକାରଙ୍କ ସହ ଝଗଡ଼ା ପରେ ତାଙ୍କ ସୋ’ ବନ୍ଦ ହୋଇଯିବାଠାରୁ କିଛି ମାସ ପର୍ଯ୍ୟନ୍ତ ପରଦାଠାରୁ ଦୂରେଇ ରହିବା ପର୍ଯ୍ୟନ୍ତ ଏ ସବୁ କପିଲଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥିଲା । କିନ୍ତୁ ସେ ଧିରେ ଧିରେ ନିଜକୁ ସମ୍ଭାଳିବା ସହ ପୁନଃ ଆରମ୍ଭ କରିବେ ବୋଲି ନିଷ୍ପତ୍ତିି ନେଇଥିଲେ । ଡ଼ିସେମ୍ବରରେ ସେ ନିଜ ପ୍ରେମିକା ଗିନ୍ନୀ ଚତାର୍ଥୀଙ୍କୁ ବିବାହ କରିବା ସହ ନିଜର ନୂଆ ସୋ’ ଦ କପିଲ ଶର୍ମା ସୋ’କୁ ଆରମ୍ଭ କରିଥିଲେ ।

India TV

ସୋ’ର ପ୍ରଥମ ଅତିଥି ଭାବରେ ସାରା ଅଲ୍ଲୀ ଖାନ୍‌ ଏବଂ ରଣବୀର ସିଂହ ଯୋଗ ଦେଇଥିବା ବେଳେ ସୋ’ ଆରମ୍ଭ ହେବା ପରେ ଏହାକୁ ଦର୍ଶକଙ୍କ ଭଲ ପାଇବା ମିଳୁଥିବା ଦେଖାଯାଇଛି । କିନ୍ତୁ ପୂର୍ବ ଭଳି ତାଙ୍କୁ ଗୋଟିଏ ଅଧ୍ୟାୟ ପାଇଁ ତାଙ୍କୁ ମୋଟା ଅଙ୍କ ମିଳୁ ନଥିବା ଜଣା ପଡ଼ିଛି । ପୂର୍ବରୁ ସେ ଗୋଟେ ଅଧ୍ୟାୟ ପାଇଁ ୬୦ରୁ ୮୦ଲକ୍ଷ ଟଙ୍କା ଦାବି କରୁଥିବା ବେଳେ ଏବେ ତାଙ୍କୁ ଅଧ୍ୟାୟ ପିଛା ୧୫ଲକ୍ଷ ଟଙ୍କା ମିଳୁଥିବା ଜଣାପଡ଼ିଛି । ପୂର୍ବରୁ ସେ ନିଜ ସୋ’ର ପ୍ରଯୋଜନା ନିଜେ କରୁଥିବା ବେଳେ ଏବେ ସେ ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କ ସହ ମିଶି ସୋ’ର ପ୍ରଯୋଜନା କରୁଛନ୍ତି ।

ସମ୍ବନ୍ଧିତ ଖବର