ସାମ୍ବାଦିକ ଏବଂ ତାଙ୍କର ଦୁଇ ପୂର୍ବତନ ମ୍ୟାନେଜରଙ୍କ ବିରୋଧରେ ଏତଲା ଦେଲେ କପିଲ ଶର୍ମା

ମୁମ୍ବାଇ: ଷ୍ଟାର୍‌-କମେଡିଆନ୍‌ ତଥା ହୋଷ୍ଟ୍‍ ଏବଂ ହିରୋ କପିଲ ଶର୍ମା ଜଣେ ସାମ୍ବାଦିକ ଏବଂ ତାଙ୍କର ଦୁଇ ପୂର୍ବତନ ମ୍ୟାନେଜରଙ୍କ ବିରୋଧରେ ପୁଲିସ୍‌ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କର ଅଭିଯୋଗ ଅନୁଯାୟୀ  ଡିଜିଟାଲ୍‌ ମିଡିଆ ସ୍ପଟ୍‌ ବୟର ସଂପାଦକ ଭିକି ଲାଲଓ୍ଵାନୀ ଏବଂ ତାଙ୍କର ଏକ୍ସ ଗର୍ଲଫ୍ରେଣ୍ଡ ବୋଲି କୁହାଯାଉଥିବା ପ୍ରୀତି ସିମୋସ ଏବଂ ତାଙ୍କ ସାନ ଭଉଣୀ ନୀତି ସିମୋସ କପିଲଙ୍କୁ ବଦନାମ କରିବାର ଯୋଜନା କରିଥିଲେ। ଯଦି କପିଲ ଶର୍ମା ସେମାନଙ୍କୁ ୨୫ ଲକ୍ଷ ଟଙ୍କା ନ ଦିଅନ୍ତି ତେବେ ତାଙ୍କୁ ଅସୁବିଧାରେ ପକାଇବେ ବୋଲି ବି ଧମକ ଦେଇଥିଲେ।

photo-indian express


କପିଲଙ୍କ ଅଭିଯୋଗ ଅନୁଯାୟୀ ପ୍ରୀତି ସିମୋସ ଏବଂ ନୀତି ସିମୋସଙ୍କ ପ୍ରରୋଚନାରେ ଭିକି ତାଙ୍କୁ ବଦନାମ୍‌ କରିବା ଭଳି ଖବର ପ୍ରସାରଣ କରିଥିଲେ। ଏହାତାଙ୍କର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଛି ବୋଲି ସେ ଟ୍ଵିଟ୍‌ କରି ଜଣାଇଛନ୍ତି। ସେ ପୁଲିସ ନିକଟରେ କରିଥିବା ଅଭିଯୋଗର କପି ମଧ୍ୟ ଟ୍ଵିଟରରେ ସେଆର୍‌ କରିଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ କପିଲ ଶର୍ମା କିଛି ଦିନ ବ୍ୟବଧାନରେ ନିଜର ନୂଆ ସୋ’ ‘ଫ୍ୟାମିଲି ଟାଇମ୍‌ ଉଇଥ୍‌ କପିଲ ଶର୍ମା’ ଜରିଆରେ ଟେଲ ଜଗତୁ ଫେରିଛନ୍ତି। ଏହାକୁ ଦର୍ଶକ ବିଶେଷ ପସନ୍ଦ କରି ନାହାନ୍ତି।

 

 

 

ସମ୍ବନ୍ଧିତ ଖବର