ଦୀର୍ଘ ଦିନ ପରେ ସୋସିଆଲ ମିଡ଼ିଆରେ ନିଜର ଫଟୋ ଅପ୍‌ଲୋଡ୍‌ କଲେ କପିଲ ଶର୍ମା, ଓଜନ କମାଇବା ସହ ନୂଆ ଅନ୍ଦାଜରେ ନଜର ଆସିଲେ କପିଲ

0 567

ମୁମ୍ବାଇ : କିଛି ଦିନ ହେବ ନିଜକୁ ପରଦା ଉପରୁ ଦୂରେଇ ରଖିଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା । କଳାକାର ସୁନୀଲ ଗ୍ରୋଭରଙ୍କ ସହ ତାଙ୍କର ଝଗଡ଼ା ହେବା ପରେ ତାଙ୍କୁ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିଥିଲା । ସୋ’ର ଟିଆର୍‌ପି କମିବା ସହ ଧିରେ ଧିରେ ଚ୍ୟାନେଲ ତରଫରୁ ତାଙ୍କ ସୋ’କୁ ବନ୍ଦ କରି ଦିଆଯାଇଥିଲା । ଏତେ ସବୁ ପରେ ସେ ଅବସାଦଗ୍ରସ୍ତ ରହି ସହ ବିଦେଶ ଚାଲି ଯାଇଥିଲେ ।

କିଛି ଦିନ ପୂର୍ବରୁ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ତାଙ୍କ ଓଜନ ଅଧିକ ବଢ଼ି ଯାଇଥିବା ଦେଖିବାକୁ ମିଳିଥିଲା । ତାଙ୍କର ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ପରଦା ଉପରେ ଦେଖିବାକୁ ଚାହାଁନ୍ତି ବୋଲି କହିବା ପରେ ସେ ଖୁବ୍‌ ଶୀଘ୍ର ଫେରିବେ ବୋଲି ଟ୍ଵିଟ୍‌ କରି ଜଣାଇଥିଲେ । କିଛି ଦିନ ତଳେ କପିଲ ସେୟାର କରିଥିବା ଫଟୋରୁ ତାହା ଖୁବ୍‌ ଶୀଘ୍ର ହେବାକୁ ଯାଉଛି ବୋଲି ପ୍ରଶଂସକମାନେ ଆଶା କରିବା ଆରମ୍ଭ କରିଛନ୍ତି ।

କପିଲ ନିଜ ଟ୍ଵିଟର ଆକାଉଣ୍ଟରେ ନିଜର ଏକ ଫଟୋ ଅପ୍‌ଲୋଡ଼ କରିଛନ୍ତି । ଯେଉଁଥିରେ ସେ ନିଜକୁ ଫିଟ୍‌ କରୁଥିବା ଦେଖା ଯାଇଛି । ତାଙ୍କ ଓଜନ କମ ହେଉଥିବାର ଦେଖା ଯାଇଥିବା ବେଳେ କପିଲ ନିଜ ପାଳିତ କୁକୁର ଚିକୁ ସହ ଫଟୋ ପୋଷ୍ଟ କରିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.