ସଲମାନ ଖାନ୍‌ଙ୍କ ଜେଲ ଯିବାକୁ ନେଇ କପିଲ ଶର୍ମାଙ୍କ ଅପମାନଜନକ ଟ୍ଵିଟ୍‌ :ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ନେଇ ସଫେଇ ଦେଲେ 

ମୁମ୍ବାଇ : ଗତକାଲି ୧୯୯୮ରେ କରିଥିବା କୃଷ୍ଣସାର ମୃଗ ଶିକାରକୁ ନେଇ ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଦୋଷୀ ସାବ୍ୟସ୍ତ କରାଯିବା ସହ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି । ଏହି ମାମଲାର ଶୁଣାଣି ପରେ ତାଙ୍କୁ ଯୋଧପୁର ସେଣ୍ଟ୍ରାଲ ଜେଲକୁ ନିଆ ଯାଇଥିବା ବେଳେ ତା’ଙ୍କୁ ଜାମିନ ମିଳିବାରେ ଆଉ ଗୋଟିଏ ଦିନ ଲାଗିବ ବୋଲି ଜଣା ପଡ଼ିଛି । ସଲମାନଙ୍କୁ ଦିଆଯାଇଥିବା ଦଣ୍ଡକୁ ନେଇ କିଛି ଲୋକ ଖୁସି ଥିବା ବେଳେ କିଛି ଲୋକ ଏହାକୁ ନିନ୍ଦା କରିଛନ୍ତି । ସେ ମଧ୍ୟରେ ରହିଛନ୍ତି ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ।

http://zeenews.india.com

ସଲମାନଙ୍କୁ ୫ ବର୍ଷ ଜେଲ ଦଣ୍ଡ ମିଳିବା ପରେ ସେ ଅଦାଲତର ଏହି ରାୟକୁ ବିରୋଧ କରିବା ସହ ଅପମାନଜନକ ଶବ୍ଦ ବ୍ୟବହାର କରି ଟ୍ଵିଟ୍‌ କରିଥିଲେ ବୋଲି ଜଣା ପଡ଼ିଛି । କିନ୍ତୁ ଟ୍ଵିଟ୍‌ କରିବାର କିଛି ସମୟ ପରେ ସେ ନିଜ ଟ୍ଵିଟ୍‌କୁ ହଟାଇବା ସହ ତାଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇଥିଲା ବୋଲି ସେ ସମସ୍ତଙ୍କୁ ଜଣାଇଛନ୍ତି । ପୂର୍ବରୁ କରିଥିବା ଟ୍ଵିଟ୍‌ରେ ସେ ସଲମାନଙ୍କ ପ୍ରଶଂସା କରିବା ସହ ଅଦାଲତର ରାୟକୁ ନିନ୍ଦା କରି ଳେଖିଥିଲେ ବୋଲି ଜଣା ପଡ଼ିଛି । ନିଜ ସହକର୍ମୀ ସୁନିଲଙ୍କ ସହ ତା’ଙ୍କ ଝଗଡ଼ା ଏବଂ ମାନ୍ଦା ଚାଲୁଥିବା ତା’ଙ୍କ ସୋ’କୁ ନେଇ ଚର୍ଚ୍ଚା ଚାଲୁଥିବା ବେଳେ କପିଲଙ୍କ ଏଭଳି ଟ୍ଵିଟ୍‌ ତାଙ୍କୁ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆଣିଛି ।

 

ସମ୍ବନ୍ଧିତ ଖବର