କପିଲ୍‌ ଶର୍ମାଙ୍କ ହାତରେ ଲେଖାଥିଲା ଏକ୍ସ-ଗାର୍ଲଫ୍ରେଣ୍ଡଙ୍କ ନାଆଁ

ଫିଲ୍ମ ଓ ଟେଲି ଜଗତରେ ଜଣାଶୁଣା ଅଭିନେତା ଅଲ୍ଲୀ ଅସଗର୍‌ ଏବେ କମେଡିଆନ୍‌ କପିଲ ଶର୍ମାଙ୍କ ସଂପର୍କରେ ଏକ ନୂଆ କଥା କହିଛନ୍ତି । କପିଲ ଶର୍ମାଙ୍କ ଲୋକପ୍ରିୟ କମେଡି ସୋ ‘ଦ କପିଲ ଶର୍ମା ସୋ’ରେ କପିଲଙ୍କ ଜେଜେ ମା’ ଭୂମିକା ନିଭାଇ ଅଲ୍ଲୀ ଅଜଗର ବି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ । ଏହି ସୋ’ରେ ଦୀର୍ଘ ଦିନ ଧରି ଦୁହେଁ ଏକାଠି କାମ କରିଥିବା ହେତୁ ଉଭୟଙ୍କ ଭିତରେ ସୁସଂପର୍କ ଥିଲା । ହେଲେ ଗତବର୍ଷ ବିମାନ ଭିତରେ ଅନ୍ୟତମ ଜଣାଶୁଣା କମେଡିଆନ୍‌ ସୁନିଲ ଗ୍ରୋଭରଙ୍କ ସହିତ କପିଲ ଶର୍ମାଙ୍କର ଝଗଡା ହେବା ପରେ ଦୁହିଁଙ୍କ ଭିତରେ କଥାବାର୍ତ୍ତା ବି ନଥିଲା।

ଏଇ ନିକଟରେ ଅଲ୍ଲୀ କପିଲଙ୍କୁ ଭେଟିଥିଲେ । ସେ କପିଲଙ୍କ ଦେହ ଖରାପ ଥିବା ଜାଣିବା ପରେ ତାଙ୍କୁ ଦେଖା କରିଥିଲେ । ଅଲ୍ଲୀ କହିଛନ୍ତି ଏହି ଭେଟଘାଟ ସମୟରେ କପିଲ ଶର୍ମା ଖୁବ ଭାବପ୍ରବଣ ହୋଇ ଉଠିଥିଲେ । କପିଲ ଖୁବ ଡିପ୍ରେସନରେ ଥିଲେ ଓ ତାଙ୍କ ହାତରେ ତାଙ୍କର ଏକ୍ସ ଗାର୍ଲଫ୍ରେଣ୍ଡ ପ୍ରୀତିଙ୍କ ନାମ ଲେଖାଥିବାର ଦେଖିବାକୁ ପାଇଥିଲେ ସେ ।

ଅଲ୍ଲୀ ଆହୁରି କହିଛନ୍ତି ଯେ ସେ ସବୁବେଳେ କପିଲଙ୍କୁ ସହଯୋଗ କରି ଆସିଛନ୍ତିା ତାଙ୍କ ସ୍ୱାସ୍ଥ୍ୟ କଥା ହେଉ କି ସୋ’ ବିଷୟରେ ହେଉ, ସବୁ ପ୍ରସଙ୍ଗରେ କପିଲଙ୍କୁ ପରାମର୍ଶ ଦେଇଥାନ୍ତି ସେ ।

ସମ୍ବନ୍ଧିତ ଖବର