ଘରେ ଖାଲି ବସି ଅବସାଦଗ୍ରସ୍ତ ହୋଇ ଯାଇଥିଲେ କପିଲ, ଏବେ ତାଙ୍କ ସମୟ ଶେଷ ବୋଲି କହୁଥିବା ଲୋକଙ୍କୁ କଡ଼ା ଜବାବ ଦେଲା ଟିଆର୍‌ପି

ମୁମ୍ବାଇ : କିଛି ମାସର ବ୍ୟବଧାନ ପରେ ଏବେ ଦୁଇ ସପ୍ତାହ ହେଲା ନିଜ କମେଡି ସୋ’କୁ ନେଇ ଫେରିଛନ୍ତି ହାସ୍ୟ ଅଭିନେତା କପିଲା ଶର୍ମା । ସୋ’ ବନ୍ଦ ହେବା ପରେ କପିଲ ପରଦାଠାରୁ ନିଜକୁ ଦୂରେଇ ରଖିବା ସହ ଚିନ୍ତାଗ୍ରସ୍ତ ହୋଇ ପଡ଼ିଥିଲେ । କିନ୍ତୁ ଏକ ବର୍ଷର ବ୍ୟବଧାନ ପରେ ସେ ପୁଣି ଦ କପିଲ ଶର୍ମା ସୋ’ ସିଜିନ୍‌-୨କୁ ନେଇ ଫେରିଛନ୍ତି । ପୁଣି ଥରେ ନୂଆ କରି ନିଜର ଯାତ୍ରା ଆରମ୍ଭ କରିଥିବା କପିଲଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ।

Zee News

ପୂର୍ବରୁ କପିଲ ନିଜ ସୋ’ର ପ୍ରଯୋଜନା ନିଜେ କରୁଥିବା ବେଳେ ଏବେ ସଲମାନ କପିଲଙ୍କ ସୋ’ର ପ୍ରଯୋଜନା ଦାୟିତ୍ୱରେ ଥିବା ଜଣା ପଡ଼ିଛି । ତେବେ ଏତେ ଦିନ ବ୍ୟବଧାନରେ ଫେରିବା ପରେ ଦର୍ଶକ ତାଙ୍କୁ ପୁଣି ଗ୍ରହଣ କରିବେ କି ନାହିଁ ବୋଲି ଚିନ୍ତାରେ ଥିଲେ କପିଲ । କିଛି ଲୋକ କପିଲଙ୍କ ସମୟ ଶେଷ ସେ ଆଉ ଉଠି ପାରିବେ ନାହିଁ ବୋଲି କହିଥିବା ବେଳେ ଏବେ ସେମାନଙ୍କୁ କଡ଼ା ଜବାବ ଦେଇଛି ସୋ’ର ଟିଆର୍‌ପି ଲିଷ୍ଟ। ମାତ୍ର ଏକ ସପ୍ତାହ ପରେ ଟିଆର୍‌ପି ଲିଷ୍ଟରେ ସୋ’ଟି ଦ୍ୱିତୀୟ ନମ୍ବରରେ ଥିବା ଜଣାପଡ଼ିଛି । ସୋ’କୁ ଦ୍ୱିତୀୟ ନମ୍ବରରେ ପହଞ୍ଚାଇବା ପାଇଁ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଏବଂ କୃଷ୍ଣା ଅଭିଷେକଙ୍କ ବଡ଼ ହାତ ଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର