ବିବାହ ସମୟରେ ପ୍ରିୟଙ୍କାଙ୍କ ଘରକୁ ଆସି ଗ୍ୟାସ୍‌ ସିଲିଣ୍ଡର ଉଠାଇଥିଲ ନିକ୍‌!

ମୁମ୍ବାଇ: ଗତବର୍ଷ ଡିସେମ୍ବରରେ ବିବାହ କରିଥିଲେ ନିକ୍‌ୟାଙ୍କା । ଯାହା ୨୦୧୮ର ସବୁଠାରୁ ଚର୍ଚ୍ଚିତ ବିବାହ ପାଲଟିଥିଲା । ଯେୋଧପୁରରେ ପ୍ରିୟଙ୍କା ଓ ନିକ୍‌ଙ୍କ ବିବାହ ହୋଇଥିବା ବେଳେ ଦୁଇ ଦିନ ଧରି ଦୁହିଁଙ୍କ ବିବାହ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଏବେ ବିବାହକୁ ବର୍ଷେ ପୁରିବାକୁ ଥିବା ବେଳେ ଦୁହିଁଙ୍କ ବିବାହ ସମୟର ଏକ ରୋଚକ ଖବର ସାମ୍ନାକୁ ଆସିଛି । ଯାହାର ଖୁଲାସା ନିଜେ ପ୍ରିୟଙ୍କା କରିଛନ୍ତି ।

aajtak.intoday.in

ପ୍ରିୟଙ୍କା ନିଜର ଆଗାମୀ ବଲିଉଡ୍‌ ଫିଲ୍ମ ଦ ସ୍କାଏ ଇଜ୍‌ ପିଙ୍କ୍‌ର ପ୍ରମୋସନ କରିବା ପାଇଁ ଲୋକପ୍ରି୍ୟ କମେଡି ସୋ’ ଦ କପିଲ ଶର୍ମା ସୋ’ରେ ପହଞ୍ଚିଥିଲେ । ଯେଉଁଠି ସେ ନିଜ ବିବାହକୁ ନେଇ ଆଲୋଚନା କରିଥିଲେ । ତାଙ୍କ କହିବା ଅନୁଯାୟୀ, ବିବାହ କାମରେ ସାହାଯ୍ୟ କରିବା ପାଇଁ ୧୦ଦିନ ପୂର୍ବରୁ ପୂରା ଜୋନସ୍‌ ପରିବାର ଯେୋଧପୁରରେ ଆସି ପହଞ୍ଚିଥିଲେ । ସମସ୍ତେ ବିବାହ କାମରେ ସାହାଯ୍ୟ କରିବା ସହ ନିକ୍‌ ଗ୍ୟାସ୍‌ ସିଲିଣ୍ଡର ଉଠାଇବା କାମ କରିଥିଲେ ବୋଲି କହିଛନ୍ତି ପ୍ରିୟଙ୍କା । ତାଙ୍କର ଏଭଳି ଖୁଲାସା ପରେ ନିକ୍‌ଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର