ସିଦ୍ଧୁଙ୍କ ସୋ’ ଛାଡ଼ିବା ନେଇ ହେଲା ବଡ଼ ଖୁଲାସା: ସଲମାନଙ୍କ ଆଦେଶ କ୍ରମେ ସୋ’ ଛାଡ଼ିଛନ୍ତି ସିଦ୍ଧୁ, ଭବିଷ୍ୟତରେ ରହିଛି ଏଭଳି ଯୋଜନା

ମୁମ୍ବାଇ: ପୁଲଓ୍ଵାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ନିଜର ମତ ରଖି ଫସିଥିଲେ ନବଜୋତ୍‌ ସିଂହ ସିଦ୍ଧୁ । ତାଙ୍କୁ କମେଡି ସୋ’ ଦ କପିଲ ଶର୍ମା ସୋ’ରୁ ବାହାର କରି ଦିଆ ଯାଇଥିଲା । ତାଙ୍କ ସ୍ଥାନରେ ଅର୍ଚ୍ଚନା ପୂରଣ ସିଂହଙ୍କୁ ଅଣାଯିବ ବୋଲି ଯୋଜନା ଆରମ୍ଭ ହୋଇଥିବାର ସୂଚନା ମିଳିଥିଲା । ତେବେ ଏହି ମାମଲାକୁ ନେଇ ଆଉ ଏକ ବଡ଼ ଖୁଲାସା ହୋଇଛି । ସଲମାନ ନିଜେ ସିଦ୍ଧୁଙ୍କୁ ସୋ’ ଛାଡ଼ିବାକୁ କହିଥିବା ଜଣା ପଡ଼ିଛି । କିନ୍ତୁ କିଛି ଦିନ ପାଇଁ । ଏବେ ସାରା ଦେଶ ପ୍ରତିଶୋଧର ନିଆଁରେ ଜଳୁଥିବାର ଦେଖି ସଲମାନ ଏଭଳି ନିଷ୍ପତ୍ତି ନେଇଥିବା ବେଳେ ମାମଲାଟି ଥଣ୍ଡା ପଡ଼ିବା ପରେ ସେ ପୁଣି ସିଦ୍ଧୁଙ୍କୁ ସୋ’କୁ ଫେରାଇ ଆଣି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Dainik Bhaskar

ଏ ନେଇ ସେ ସୋନି ଚ୍ୟାନେଲକୁ ମଧ୍ୟ ହଠାତ୍‌ କୌଣସି ନିଷ୍ପତ୍ତି ନେବା ପାଇଁ ସଲମାନ ମନା କରିଛନ୍ତି । ସୋ’ର ଟିଆର୍‌ପି ଏବେ ଭଲ ଚାଲୁଥିବାରୁ ଏଥିରେ କୌଣସି ପ୍ରଭାବ ନ ପକାଇବା ପାଇଁ ସଲମାନ ତୁରନ୍ତ ସିଦ୍ଧୁଙ୍କୁ ସୋ’ରୁ କାଢ଼ି ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ନବଜୋତ୍‌ ସିଂହ ସିଦ୍ଧୁ ସୋ’କୁ ଫେରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର