ପୁଣି ବିବାଦରେ କପିଲ: ନିଜ ଫ୍ୟାନ୍‌ଙ୍କୁ ସେଲ୍‌ଫି ନେବାକୁ ରୋକିବା ସହ କଲେ ଦୁର୍ବ୍ୟବହାର

ମୁମ୍ବାଇ: ପ୍ରାୟ ଗୋଟେ ବର୍ଷର ବ୍ୟବଧାନ ପରେ ପୁଣି ପରଦାକୁ ଫେରିଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା । ଏତେ ଦିନର ବ୍ୟବଧାନ ପରେ ସେ ପରଦାକୁ ଫେରିଥିଲେ ମଧ୍ୟ ତାଙ୍କ ସୋ’କୁ ପୂର୍ବ ଭଳି ଭଲ ପାଇବା ମିଳୁଥିବା ଦେଖା ଯାଇଥିଲା । ପୂର୍ବରୁ କପିଲ ନିଜ ସୋ’ର ପ୍ରଯୋଜନା ନିଜେ କରୁଥିବା ବେଳେ ଏବେ ଦବଙ୍ଗ ଷ୍ଟାର ସଲମାନ ତାଙ୍କ ସୋ’ର ପ୍ରଯୋଜନା ଦାୟିତ୍ୱ ତୁଲାଉଥିବା ଜଣା ପଡ଼ିଛି । ତେବେ ଏତେ ହେଲା ପରେ ମଧ୍ୟ କପିଲ ପୁଣି ଥରେ କିଛି ଭୁଲ କରିଥିବା ଦେଖା ଯାଇଛି ।

DNA India

ଯାହା ପାଇଁ ତାଙ୍କୁ ନେଇ ବିବା ଆରମ୍ଭ ହୋଇଛି। ଜଣେ ପ୍ରଶଂସକ କପିଲଙ୍କୁ ଦେଖି ସେଲ୍‌ଫି ପାଇଁ କହିବା ପରେ କପିଲ ରାଗରେ ତାଙ୍କୁ ମନା କରି ଦେଇଥିଲେ । ଯାହା ପରେ କପିଲଙ୍କ ଏଭଳି ବ୍ୟବହାର ତାଙ୍କ ପ୍ରଶଂସକଙ୍କୁ ଖରାପ ଲାଗିଥିଲା । କପିଲ ସେଲ୍‌ଫି ଦେବା ପାଇଁ ମନା କରି ଚାଲି ଯାଇଥିବା ବେଳେ ସବୁ ଦିନ ଭଳି ଅଭିନେତା ରଣବୀର ସିଂହ ନିଜ ପ୍ରଶଂସକମାନଙ୍କ ପାଖକୁ ଯାଇ ତାଙ୍କ ସହ କଥା ହେବା ଫଟୋ ଉଠାଇଥିଲେ । କପିଲ ଯଦି ନିଜର ଏଭଳି ବ୍ୟବହାରରେ ପରିବର୍ତ୍ତନ ନ ଆଣନ୍ତି, ତେବେ ତାଙ୍କ କ୍ୟାରିୟର ଉପରେ ଏହା ପ୍ରଭାବ ପକାଇବା ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । ସୂଚନା ମୁତାବକ, ରିୟଲ ଇଷ୍ଟେଟ୍‌ ପ୍ରଫେସନାଲ ତରଫରୁ ରଖା ଯାଇଥିବା ଏକ ପାର୍ଟିକୁ କପିଲ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା ।

ସମ୍ବନ୍ଧିତ ଖବର