ମୁଁ ଅପେକ୍ଷାରେ ଥିଲି କିନ୍ତୁ କପିଲ ମତେ ସୋ’ ପାଇଁ  ଡାକିଲେନି: ସୁନୀଲ ଗ୍ରୋଭର

ନୂଆଦିଲ୍ଲୀ : କମେଡ଼ିଆନ-ଅଭିନେତା କପିଲ ଶର୍ମା ପୁଣି ଥରେ ଛୋଟ ପରଦାକୁ ଫେରୁଛନ୍ତି । ତାଙ୍କ ନୂଆ ସୋ’ର ନାମ “ଫ୍ୟାମିଲି ଟାଇମ ଉଇଥ୍‌ କପିଲ ଶର୍ମା” ରହିଥିବା ବେଳେ ଏହା କପିଲଙ୍କ ପୁରୁଣା କମେଡ଼ି ସୋ “କମେଡ଼ି ନାଇଟ  ଉଇଥ କପିଲରୁ” ସଂପୂଣ୍ଣ ର୍ ଭିନ୍ନ ବୋଲି କୁହାଯାଉଛି। ଏହି ସୋ’ର ପ୍ରୋମୋ ସୋନି ଚ୍ୟାନେଲରେ କିଛି ଦିନ ହେବ ଆରମ୍ଭ ହୋଇ ସାରିଥିବା ବେଳେ ଏହାର ଉଦ୍‌ଘାଟନ  ଏପିସୋଡରେ ବଲିଉଡ଼ର ସିଘଂମ ଅଜୟ ଦେବଗନ ନଜର ଆସିବାର ସୂଚନା ମିଳିଛି। ଏହି ସୋ’ରେ କପିଲଙ୍କ ପୂର୍ବ  ସାଥୀ ସୁନୀଲ ଗ୍ରୋଭର ନଜର ଆସୁଛନ୍ତି କି ନାହିଁ ବୋଲି ସୁନିଲଙ୍କୁ ତାଙ୍କ ପ୍ରଶଂସକ ଟ୍ଵିଟରରେ ପଚାରିଥିଲେ । ତେବେ ସୁନୀଲ ଏହାର ଉତ୍ତର କ’ଣ ଦେଇଥିଲେ ଆସନ୍ତୁ ଜାଣିବା ।

Zee News

ସୁନୀଲ୍‌ କହିଛନ୍ତି, “ଭାଇ ତୁମ ଭଳି ମତେ ଏହି ସମାନ ପ୍ରଶ୍ନ ଅନେକ ଜଣ ପଚାରିଲେଣି। ମୋର ଫୋନ ନମ୍ବର କିଛି ପରିବର୍ତ୍ତନ ହୋଇନାହିଁ  ସେଇ ସମାନ ଅଛି । କିନ୍ତୁ ମୋତେ  କପିଲ ସୋ’ ପାଇଁ  କୌଣସି କଲ୍‌ କରିନାହାନ୍ତି । ଅପେକ୍ଷା କରିକରି ଶେଷକୁ ମୁଁ ଆଉ କିଛି ପ୍ରୋଜେକ୍ଟ ସାଇନ୍‌ କରିଦେଲି । ଆପଣମାନଙ୍କର ଆର୍ଶୀବାଦରୁ ଏକ ବହୁତ ଭଲ ପ୍ରୋଜେକ୍ଟ ସହିତ ଯୋଡ଼ି ହୋଇଛି ବହୁତ  ଶୀଘ୍ର ଆପଣଙ୍କ ନିକଟକୁ ଆସୁଛି ।

କପିଲ ଶର୍ମା ଏବଂ ସୁନିଲ ଗ୍ରୋଭରଙ୍କର ଏକା ସାଙ୍ଗରେ ଅନେକ ଅଭୂଲା ସୃତି ରହିଛି । ଦୁହିଁଙ୍କ  କମେଡ଼ି ଦର୍ଶକଙ୍କୁ ଏତେ ମାତ୍ରାରେ ଭଲ ଲାଗିଥିଲା ଯେ ଆଜି ପର୍ଯ୍ୟନ୍ତ ଛୋଟ ପରଦାରେ ସମସ୍ତେ ତାଙ୍କୁ  ଝୁରୁଛନ୍ତି । ସୁନୀଲ ଏବଂ କପିଲଙ୍କ  ଝଗଡ଼ା ମଡିିଆରେ ଚର୍ଚ୍ଚାର ବିଷୟ ପାଲିଟିଥିଲା।  ସୁନୀଲ ସୋ’ ଛାଡ଼ିବା ପରେ କପିଲଙ୍କ ସୋ’ର ଟିଆରପି ବହୁତ ମାତ୍ରାରେ କମ ହୋଇଯାଇଥିଲା । ଏଣୁ ଦର୍ଶକଙ୍କର ବହୁତ ଇଛା ଥିଲା ସୁନୀଲ ଏବଂ କପିଲଙ୍କୁ ଏକା ସାଙ୍ଗରେ ପୁଣି ଥରେ ଗୋଟେ ପରଦାରେ ଦେଖିବେ ।  କିନ୍ତୁ ଦର୍ଶକଙ୍କର ଆଶା ଆଉ ପୂରା ହେବନି ଭଳି ଲାଗୁଛି।  କପିଲ୍‌ ତାଙ୍କର ଆଗାମୀ ସୋ “ଫ୍ୟାମିଲି ଟାଇମ୍‌ ଉଇଥ କପିଲ ଶର୍ମା”ର ପ୍ରୋମସନ ଆରମ୍ଭ କରିଥିବା ବେଳେ  ସୁନୀୀଲ୍‌  ଗ୍ରୋଭର ବିଗବସ ୧୧ର ବିଜେତା ସିଲ୍ପା ସିନ୍ଧେଙ୍କ ସହିତ ଏକ ନୂତନ ସୋ’ରେ ନଜର ଆସିବେ ବୋଲି ମିଡ଼ିଆ ରିପୋର୍ଟରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର