କପିଲ ଶର୍ମାଙ୍କର ନୂଆ ସୋ’ର ପ୍ରସାରଣ ଆରମ୍ଭ ହେଉଛି , ଜାଣନ୍ତୁ କେବେ ?
ମୁମ୍ବାଇ: ଆଙ୍କର ଓ ଆକ୍ଟର- କମେଡିଆନ୍ କପିଲ ଶର୍ମାଙ୍କର ଗତ ବର୍ଷ ଟି ଆଦୌ ଭଲରେ କଟି ନଥିଲା । ପ୍ରଥମେ ସେ ଫ୍ଲାଇଟରେ ଆସୁଥିବା ବେଳେ ତାଙ୍କର ସାଥୀ କଳାକାର ସୁନୀଲ ଗ୍ରୋଭରଙ୍କୁ ଅଭଦ୍ର ବ୍ୟବହାର କରିବାକୁ ନେଇ ସମାଲୋଚିତ ହୋଇଥିଲେ । ଏହି ଘଟଣା ପରେ ସୁନୀଲ କପିଲ ଶର୍ମାଙ୍କ ‘ ଦ କପିଲ ଶର୍ମା ସୋ’ ରୁ ଓହରି ଯାଇଥିଲେ । କଥା ସେତିକିରେ ଶେଷ ହୋଇ ନଥିଲା ।
ସୁନୀଲ ଗ୍ରୋଭର ସୋ’ ଛାଡ଼ିବା ପରେ ଦ କପିଲ ଶର୍ମା ସୋ’ର ଟିଆରପି ତଳକୁ ଆସି ଯାଇଥିଲା । ଏପରିକି ଏହାକୁ ଟପ୍ ଟେନ୍ରେ ବି ସ୍ଥାନ ମିଳି ନଥିଲା । ସୁନୀଲଙ୍କ ପରେ ଅନ୍ୟ କେତେକ ସାଥୀ କଳାକାର ବି ସୋ’ ଛାଡି ଦେଇଥିଲେ । ଏହାପରେ କପିଲ ଶର୍ମା ଭୀଷଣ ଅସୁସ୍ଥ ହୋଇ ଚିକିତ୍ସିତ ହେଲେ । ଯଦିଓ ସେ ସୁନୀଲଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରି ସୋ’କୁ ଫେରି ଆସିବା ଲାଗି ଅନୁରୋଧ କରିଥିଲେ, ମାତ୍ର ଫେରି ନ ଥିଲେ ।
ଏଣେ କପିଲ ଶର୍ମାଙ୍କ ଦ୍ୱିତୀୟ ସିନେମା ‘ଫିରଙ୍ଗୀ’ ବି ଭଲ ଚାଲି ନ ଥିଲା ଗତ ବର୍ଷ । ତାଙ୍କର ପ୍ରଥମ ସିନେମା ‘ କିସ୍ କିସ୍ କୋ ପ୍ୟାର୍ କରୁଁ’ ସୁପରହିଟ୍ ହୋଇଥିବା ବେଳେ ‘ଫିରଙ୍ଗୀ’ ଫ୍ଲପ୍ ହେଲା ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ସେ ଯାହା ହେଉନା କାହିଁକି କପିଲ ଶର୍ମା ପୁଣି ସୋନି ଟିଭି ଚାନେଲରେ ନିଜର ସୋ’ ନେଇ ଫେରୁଥିବା ଜଣାଯାଇଛି । ଏଥର ବି ସୁନୀଲ ଗ୍ରୋଭର ଙ୍କ ସାଥ୍ ମିଳି ନାହିଁ କପିଲଙ୍କୁ । ପ୍ରାପ୍ତ ସୂଚନା ଅନୁଯାୟୀ ଏହି ସୋ’ର ଟିଜର ର ସୁଟିଂ ଆରମ୍ଭ ହୋଇଯାଇଛି, ଏହି ରିଆଲିଟି ସୋ’ର ପ୍ରସାରଣ ଆଗାମୀ ମାର୍ଚ୍ଚ ମାସରେ ଆରମ୍ଭ ହେଉଥିବା ମଧ୍ୟ ଜଣାଯାଇଛି । ଦେଖାଯାଉ କପିଲ ଶର୍ମା କିଭଳି କମ୍ବ୍ୟାକ୍ କରୁଛନ୍ତି !