ଓଜନ ବଢ଼ିବାକୁ ନେଇ ଟ୍ରୋଲ ହେଲେ କପିଲଙ୍କ ପତ୍ନୀ ଗିନ୍ନୀ, ହାତୀ ସହ ତୁଳନା କଲେ ଲୋକେ

ମୁମ୍ବାଇ: ବଲଉଡ୍ କଳାକାରମାନେ ସୋସିଆଲ ମିଡିଆରେ ଟ୍ରୋଲ ହେବା ଘଟଣା କିଛି ନୂଆ ନୁହେଁ। ଅନେକ ସମୟରେ କଳାକାରମାନଙ୍କ ଦ୍ବାରା ସେୟାର କରାଯାଇଥିବା ଫଟୋକୁ ନେଇ ଲୋକେ ସେମାନଙ୍କୁ ଟ୍ରୋଲ କରିଥାନ୍ତି। ଏବେ ଏହି ସୂଚୀରେ ଭାରତର ଚର୍ଚ୍ଚିତ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ପତ୍ନୀ ଗିନ୍ନୀ ଚତରଥଙ୍କ ନାଁ ସାମିଲ ହୋଇଛି। ଗିନ୍ନୀ କିଛି ଦିନ ତଳେ ହୋଇଥିବା ଫିଲ୍ମ ‘ବାଗୀ-୩’ର ସ୍କ୍ରିନିଙ୍ଗରେ ପହଞ୍ଚିଥିଲେ। ଏହି ସମୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ଗିନ୍ନୀଙ୍କ ଓଜନ ପୂର୍ବ ଅପେକ୍ଷା ଅଧିକ ଥିବା ନଜର ଆସୁଥିଲା।

ଏହି ଫଟୋ ଭାଇରାଲ ହେବା ପରେ ଲୋକେ ଗିନ୍ନୀଙ୍କୁ ଟ୍ରୋଲ କରିବା ସହ ତାଙ୍କୁ ହାତୀ ସହ ତୁଳନା କରିବା ଆରମ୍ଭ କରିଦେଇଥିଲେ। କିଛି ଦିନ ତଳେ ଗିନ୍ନୀ ମା’ ବନିଥିଲେ। ଯାହା ପରେ ଓଜନ ବଢ଼ିବା ସ୍ବାଭାବିକ କଥା। ହେଲେ ଏ ବିଷୟରେ ନ ଭାବି ଲୋକେ ତାଙ୍କୁ ଏବେ ହାତୀ ବୋଲି କହିବା ଆରମ୍ଭ କରିଦେଇଛନ୍ତି।

ଜଣେ ଇନଷ୍ଟା ବ୍ୟବହାରକାରୀ ଫଟୋରେ, ହାତୀ ମେରେ ଜୀବନ ସାଥୀ ବୋଲି ଲେଖିଥିବା ‌ବେଳେ ଅନ୍ୟ ଜଣେ ଲେଖିଥିଲେ, ସ୍ବାମୀ-ସ୍ତ୍ରୀଙ୍କୁ ପଚାର ଦୁହେଁ କୋଉ ଚକିର ଅଟା ଖାଉଛନ୍ତି? ଆଉ ଜଣେ ବ୍ୟବହାରକାରୀ ବଚ୍ଚା ଯାଦବର ଭଉଣୀ ଭଳି ଦିଶୁଥିବା ଲେଖିଥିଲେ।

ସମ୍ବନ୍ଧିତ ଖବର