କଥା କଥାରେ ନିଜ ମନର ଦୁଃଖ ବିଷୟରେ କହିଦେଲେ ଅର୍ଚ୍ଚନା ପୂରଣ ସିଂହ, କହିଲେ; ସିଦ୍ଧୁଙ୍କ ଭଳି କାମ ମୁଁ ବି କରୁଛି, କିନ୍ତୁ ସେତେ ଅଧିକ ଟଙ୍କା ମିଳୁ ନାହିଁ

ମୁମ୍ବାଇ : ପୁଲଓ୍ଵାମା ଆକ୍ରମଣକୁ ନେଇ ପୂର୍ବତନ କ୍ରିକେଟର ନବ୍‌ଜୋତ୍‌ ସିଂହ ସିଦ୍ଧୁ ପାକିସ୍ତାନକୁ ସମର୍ଥନ କରିବା ଭଳି ବୟାନ ଦେଇ ‘ଦ କପିଲ ଶର୍ମା ସୋ’ରୁ ବାହାର ହୋଇ ଯାଇଥିଲା । ଏହା ପରେ ତାଙ୍କ ସ୍ଥାନରେ ଅଭିନେତ୍ରୀ ଅର୍ଚ୍ଚନା ପୂରଣ ସିଂହଙ୍କୁ ଅଣା ଯାଇଥିଲା । ତାଙ୍କ ସ୍ଥାନ ନେଇଥିଲେ ମଧ୍ୟ ତାଙ୍କୁ ସିଦ୍ଧୁଙ୍କ ଭଳି ଟଙ୍କା ମିଳୁ ନଥିବା କହିଛନ୍ତିି ଅର୍ଚ୍ଚନ । କଥା କଥାରେ ସେ ନିଜର ମନ କଥା ସମସ୍ତଙ୍କୁ କହି ଦେଇଛନ୍ତି ।

Times of India

ସୂଚନା ମୁତାବକ, ଅଭିନେତା ଜନ୍‌ ଆବ୍ରାହିମ୍‌ ଏବଂ ମୌନୀ ରଏ ନିଜ ଫିଲ୍ମ ‘ରୋମିଓ ଅକ୍‌ବର ଓ୍ଵାଲଟର’ର ପ୍ରମୋସନ ପାଇଁ ‘ଦ କପିଲ ଶର୍ମା ସୋ’ରେ ପହଞ୍ଚିଥିଲେ । ଏହି ସମୟରେ କପିଲ ଶର୍ମା ମୌନିଙ୍କୁ ସୁପରପାଓ୍ଵାର ଦିଆଗଲେ ସେ କ’ଣ ହେବାକୁ ଚାହିଁବେ ବୋଲି ପଚାରିଥିଲେ । ଏହାର ଉତ୍ତର ଦେବାକୁ ଯାଇ ସେ ଜଣେ ହଲିଉଡ୍‌ କଳାକାରଙ୍କ ନାଁ କହିଥିଲେ । ଏହି ପ୍ରଶ୍ନ ଜନ୍‌ଙ୍କୁ ପଚରାଯିବା ପରେ ଜନ୍‌ ମୁଁ କପିଲ ଶର୍ମା ହେବାକୁ ଚାହିଁବି ବୋଲି କହିଥିଲେ ଜନ୍‌ । ପରେ ସମାନ ପ୍ରଶ୍ନ ଅର୍ଚ୍ଚନାଙ୍କୁ ପଚରାଯିବା ପରେ ସେ ନବ୍‌ଜୋତ୍‌ ସିଂହ ସିଦ୍ଧୁ ହେବାକୁ ଚାହିଁବେ ବୋଲି କହିଥିଲେ । କାରଣ ଜଣାଇବାକୁ ଯାଇ, “ମୁଁ ସିଦ୍ଧୁଙ୍କ ଭଳି କାମ କରୁଛି । କିନ୍ତୁ ତାଙ୍କୁ ଦିଆଯାଉଥିବା ଟଙ୍କା ମୋତେ ମିଳୁ ନାହିଁ । ସିଦ୍ଧୁ ହୋଇଗଲେ ଅତିକମ୍‌ରେ ମୋତେ ଅଧିକ ଟଙ୍କା ତ ମିଳିବ” ବୋଲି କହିଥିଲେ ଅର୍ଚ୍ଚନା । ଥଟ୍ଟାରେ ହେଲେ ବି ସେ ନିଜ ମନର ଦୁଃଖ କଥା କହିଦେଲେ ବୋଲି ଲୋକେ ଏବେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର