କରଣ ଜୋହର ଓ ଅଜୟ ଦେବଗନଙ୍କ ଭିତରେ ଥିବା ମନୋମାଳିନ୍ୟ ଦୂର କଲେ ଏହି ଲୋକପ୍ରିୟ ଅଭିନେତ୍ରୀ , ଜାଣନ୍ତୁ କିପରି

ମୁମ୍ବାଇ: ବଲିଉଡର ଦକ୍ଷ ଅଭିନେତା ଅଜୟ ଦେବଗନ ଏବଂ ଲୋକପ୍ରିୟ ନିର୍ଦ୍ଦେଶକ ଓ କରଣ ଜୋହରଙ୍କ ଭିତରେ ଥିବା ମନୋମାଳିନ୍ୟ ଓ ମତଭେଦ ଏବେ ଦୂର ହୋଇଯାଇଛି।ଏବେ ଦୁହେଁ ପୁରୁଣା ରାଗରୁଷା ଭୁଲି ପୁଣି ପରସ୍ପରର ବନ୍ଧୁ ହୋଇଯାଇଛନ୍ତି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ କରଣ ଜୋହର ତାଙ୍କର ଆଗାମୀ ଏକ ଫିଲ୍ମରେ ଅଜୟ ଦେବଗନକୁ କାଷ୍ଟ୍‍ କରିବେ।
ଜାଣିଛନ୍ତି ଏ ଦୁହିଁଙ୍କୁ ପୁଣି ବନ୍ଧୁତା ସୂତ୍ରରେ କିଏ ବାନ୍ଧିଛନ୍ତି !
ହଁ,ସେ ହେଉଛନ୍ତି ବଲିଉଡର ପ୍ରତିଭାବନ୍‌ ଅଭିନେତ୍ରୀ କାଜୋଲ୍‌,ଯିଏ କି ଅଜୟ ଦେବଗନଙ୍କର ପତ୍ନୀ ଓ କରଣ ଜୋହରଙ୍କର ଖୁବ୍‌ ଭଲ ସାଙ୍ଗ। ଅଜୟ ଦେବଗନ୍‌ ନିର୍ମାତା କରଣ ଜୋହରଙ୍କ ଫିଲ୍ମ ‘କାଲ୍‌’ରେ ନଜର ଆସିଥିଲେ। ହେଲେ ତା’ପରେ ସେ ଦୁହେଁ ଆଉ ଏକାଠି କାମ କରି ନାହାନ୍ତି।
ତେବେ ୨୦୧୬ରେ ଅଜୟ ଓ କରଣ ମୁହାଁମୁହିଁ ହୋଇଥିଲେ। ସେତେବେଳେ କରଣ ଜୋହରଙ୍କ ଫିଲ୍ମ ‘ୟେ ଦିଲ୍‌ହେ ମୁସ୍କିଲ୍‌’ ଓ ଅଜୟ ଦେବଗନଙ୍କ ‘ଶିବାୟ’ ଏକା ତାରିଖରେ ରିଲିଜ୍‌ ହୋଇଥିଲା। ସେ ଯାହା ହେଉନା କାହିଁକି ଏହା ପରଠୁଁ କରଣ ଓ ଅଜୟଙ୍କ ଭିତରେ କଥାବାର୍ତ୍ତା ବି ନଥିଲା।


ତେବେ କିଛି ଦିନ ତଳେ ଅଜୟ ଦେବଗନ୍‌ ଓ କରଣ ଜୋହରଙ୍କୁ ୟଶରାଜ ଷ୍ଟୁଡିଓରେ ଏକାଠି ଦେଖିବାକୁ ମିଳିଥିଲା। କୁହାଯାଉଛି ଯେ କାଜୋଲ୍‌ ସେ ଦୁହିଁଙ୍କର ଭେଟ କରାଇଥିଲେ। ଏହାପରେ ଉଭୟଙ୍କୁ ବୁଝାଇ ପୁଣି ଏକାଠି ହେବାକୁ ଅନୁରୋଧ କରିଥିଲେ । ଏଥିରେ ଦୁହେଁ ରାଜି ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର