ପରିଣୀତି ଚୋପ୍ରାଙ୍କ ସ୍ଥାନରେ ଅକ୍ଷୟ କୁମାରଙ୍କ ଫଟୋ ଟ୍ଵିଟ୍‌ କରିଥିବାରୁ ସମାଲୋଚିତ ହେଲେ କରଣ ଜୋହର

ମୁମ୍ବାଇ : ସାରାଗଡ଼ିର ଯୁଦ୍ଧକୁ ନେଇ ତିଆରି ହେଉଥବା ଫିଲ୍ମ ‘କେଶରୀ’ର ମୁଖ୍ୟନାୟିକା କିଏ ହେବ ବୋଲି ଖୋଜା ଚାଲିଥିବା ବେଳେ କାଲି ଏଥି ପାଇଁ ବଲିଉଡ଼ର ଜଣେ ଚୁଲବୁଲି ନାୟିକାଙ୍କୁ ବଛା ଯାଇଛି । ଫିଲ୍ମର ନିର୍ଦ୍ଦେଶକ କରଣ ଜୋହର ଏହି ଫିଲ୍ମରେ ମୁଖ୍ୟ ନାୟିକା ଭାବେ ପରିଣୀତି ଚୋପ୍ରାଙ୍କୁ ନେବେ ବୋଲି ଘୋଷଣା କରିଛନ୍ତି । କିନ୍ତୁ ଏହି ଖବରକୁ ସେ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରି ପରିଣୀତିଙ୍କ ଫଟୋ ବଦଳରେ ଅକ୍ଷୟ କୁମାରଙ୍କ ଫଟୋ ସେୟାର କରିଥିଲେ ।


ଟ୍ଵିଟ୍‌ କରିବାର ପରେ ପରେ ତାଙ୍କର ଏଭଳି କାମକୁ ପ୍ରଶଂସକମାନେ ସମାଲୋଚନା କରିବା ଆରମ୍ଭ କରି ଦେଇଥିଲେ । ପ୍ରଶଂସକମାନେ ପରିଣୀତିଙ୍କ ବିଭିନ୍ନ ଫିଲ୍ମର ପୋଷ୍ଟର ଅପ୍‌ଲୋଡ଼ କରିବା ସହ ପରିଣୀତିଙ୍କ ନାମ ପରିବର୍ତ୍ତେ ଅକ୍ଷୟ କୁମାରଙ୍କ ନାମ ଲେଖି ଟ୍ଵିଟ୍‌ କରିଥିଲେ ।

ଏତେ ସମାଲୋଚିତ ହେବା ପରେ ଶେଷରେ କରଣ ଜୋହର ଅପ୍‌ଲୋଡ଼ କରିଥିବା ଫଟୋ ପଛର କାରଣ ଜଣାଇଥିଲେ । “ପରିଣୀତି ସେହି ଫିଲ୍ମରେ ମୁଖ୍ୟ ନାୟିକା ଭୂମିକାରେ ନଜର ଆସିବାକୁ ଯାଉଥିବାରୁ ମୁଁ ସେ ପୋଷ୍ଟରଟି ସେୟାର କରିଥିଲି । ସେଥି ପାଇଁ ମୁଁ କ୍ଷମା ମାଗିବା ସହ ଏକ ନୂଆ ଫଟୋ ସେୟାର କରୁଛି” ।


ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ କରଣ ଜୋହର ଥିବା ବେଳେ ସେପ୍ଟେମ୍ବର ୧୨,୧୮୯୭ରେ ଭାରତରେ ହୋଇଥିବା ସାରଗଡ଼ିର ଯୁଦ୍ଧର କହାଣୀକୁ ନେଇ ଫିଲ୍ମଟି ନିର୍ମାଣ କରାଯାଉଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର