ସଲମାନଙ୍କ ଏହି ଫିଲ୍ମ କରଣ ଜୋହରଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା

ମୁମ୍ବାଇ : ପ୍ରଯୋଜକ ଭାବରେ କରଣ ଜୋହରଙ୍କ ପ୍ରଥମ ଫିଲ୍ମ ‘କଲଙ୍କ’ ଏବେ ସବୁ ସିନେମାଘରେ ରିଲିଜ୍‌ ହୋଇ ସାରିଛି । ଫିଲ୍ମକୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା ସେତେଟା ଭଲ ନଥିବା ବେଳେ ଫିଲ୍ମର ସମୟସୀମା ପାଇଁ ଦର୍ଶକ ନିରାଶ ହେଉଥିବା ଜଣା ପଡ଼ିଛି । ତେବେ ଏହା ପୂର୍ବରୁ ତାଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିବା ସହ କିଛିଟା ଫିଲ୍ମ ନିର୍ମାଣ ଶୈଳୀର ଇତିହାସକୁ ମଧ୍ୟ ବଦଳାଇଥିଲା । କରଣଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଅନ୍ୟ ଫିଲ୍ମ ନିର୍ମାତାଙ୍କ ଅପେକ୍ଷା ଏକ ଭିନ୍ନ ଝଲକ ଦେଖିବାକୁ ମିଳୁଥିବା ବେଳେ ସଲମାନଙ୍କ ପାଇଁ ସେ ଫିଲ୍ମ ନିର୍ମାତା ବନିଥିବା ଜଣା ପଡ଼ିଛି ।

Deccan Chronicle

ତାଙ୍କ କହିବା ଅନୁଯାୟୀ, ସଲମାନଙ୍କ ଫିଲ୍ମ ‘ହମ୍‌ ଆପ୍‌କେ ହେ କୌନ୍‌’ ଫିଲ୍ମ ଦେଖିବା ପରେ ମୁଁ ଫିଲ୍ମ ନିର୍ମାତା ହେବାକୁ ମନସ୍ତ କରିଥିଲେ । ଏହି ଫିଲ୍ମ କେବଳ କରଣଙ୍କ ଜୀବନ ନୁହେଁ ସଲମାନଙ୍କୁ ମଧ୍ୟ ଏକ ନୂଆ ପରିଚୟ ଆଣି ଦେଇଥିଲେ । ଫିଲ୍ମ ନିର୍ମାତା ହିସାବରେ କରଣ ବଲିଉଡ୍‌ରେ ନିଜର ପ୍ରଥମ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହେ’ ପାଇଁ ନିର୍ଦ୍ଦେଶନା ଦେଇଥିଲେ । ଯାହା ବକ୍ସ ଅଫିସରେ ବ୍ଲକ୍‌ବଷ୍ଟର ସାବ୍ୟସ୍ତ ହୋଇଥିଲା ।

ସମ୍ବନ୍ଧିତ ଖବର