ଯଦି ମୁଁ କଙ୍ଗନା ରାଣାଓ୍ଵତ୍‌ ହୋଇଥାନ୍ତି, କେବଳ ଅଭିନୟରେ ଧ୍ୟାନ ଦେଇଥାନ୍ତି : କରଣ ଜୋହର

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ଓ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ମଧ୍ୟରେ ବିବାହ ନୂଆ ନୁହେଁ । ପୂର୍ବରୁ ଅନେକ ଥର ଦୁହିଁଙ୍କ ମଧ୍ୟରେ କଥା କଟା କଟି ହୋଇଥିବାର ଦୃଶ୍ୟ ସାମ୍ନାକୁ ଆସି ସାରିଛି । ଦୁହେଁ ଅନେକ ସମୟରେ ପରସ୍ପର ବିରୋଧରେ ମତ ରଖୁଥିବାର ଦେଖାଯାଇଥାଏ । ଆଇଫାରେ କରଣ କଙ୍ଗନାଙ୍କୁ ବେକାର ବୋଲି କହିବା ସହ ସେ କାମ ଖୋଜୁଥିବା କଥା କହିଥିଲେ । ଯାହା ପରେ କଙ୍ଗନା ପ୍ରିୟପ୍ରୀତିତୋଷଣ(ନେପୋଟିଜିମ୍‌)କୁ ନେଇ କରଣଙ୍କୁ ଆକ୍ରମଣ କରିଥିଲେ । ତେବେ ଅନେକ ବାଦ ବିବାଦ ମଧ୍ୟରେ ଏବେ ପୁଣି ଥରେ କରଣ କଙ୍ଗନାଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ।

Image result for karan-johar-if-i-was-kangana-ranaut-i-would-focus-on-just-acting
India Today

ସୂଚନା ମୁତାବକ, ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌ ୨୦୧୯ରେ ଯୋଗ ଦେଇଥିଲେ କରଣ ଜୋହର । ଏହି ଅବସରରେ ତାଙ୍କୁ କଙ୍ଗନାଙ୍କ ସହ ଜଡ଼ିତ ଏକ ପ୍ରଶ୍ନ କରାଯାଇଥିଲା । ଦିନେ ସକାଳୁ କଙ୍ଗନା ରାଣାଓ୍ଵତ୍‌ ହୋଇ ଉଠିଲେ ଆପଣ କ’ଣ କରିବେ? ବୋଲି କରଣଙ୍କୁ ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ରଖି କରଣ କହିଥିଲେ ଯଦି ମୁଁ କଙ୍ଗନା ରାଣାଓ୍ଵତ୍‌ ହୋଇ ଉଠେ, ତେବେ ମୁଁ କେବଳ ମୋ ଅଭିନୟରେ ଧ୍ୟାନ ଦେବି । ତେବେ କରଣଙ୍କ ଏଭଳି ଜବାବର କଙ୍ଗନା କିଭଳି ପ୍ରତିକ୍ରିୟା ରଖୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର