ହିନ୍ଦୁ ଆତଙ୍କବାଦୀ ବୋଲି ଲେଖି ଟୁଇଟ୍ କରିଥିଲେ ‘ତଖ୍ତ’ର ଲେଖକ, ଏବେ ଫିଲ୍ମକୁ ବଏକଟ୍ କରିବା ନେଇ ଆରମ୍ଭ ହେଲା ଟ୍ରେଣ୍ଡ

ମୁମ୍ବାଇ: ଫିଲ୍ମ ‘ତଖ୍ତ’ ରିଲିଜ୍ ନ ହେଉଣୁ ବିବାଦରେ ଛନ୍ଦି ହୋଇ ସାରିଲାଣି। ବିବାଦରେ ରହିବା ପଛରେ ଫିଲ୍ମର କୌଣସି ଅଭିନେତା ବା ଅଭିନେତ୍ରୀଙ୍କର ନୁହଁ ବରଂ ଫିଲ୍ମର ଲେଖକଙ୍କର ହାତ ରହିଥିବା ଜଣାପଡ଼ିଛି। ଫିଲ୍ମର ଲେଖକ ହୁସେନ ହାଇଦରୀ କରିିଥିବା ଟୁଇଟକୁ ନେଇ ଏବେ ଫିଲ୍ମକୁ ବଏକଟ କରିବା ନେଇ ଲୋକେ ଦାବି କରିବା ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ହୁସେନ ନିଜ ଟୁଇଟର ଆକାଉଣ୍ଟରେ, ଏହି ଦୁଇଟି ଶବ୍ଦର ବ୍ୟବହାର କରନ୍ତୁ। ଏହାର ଅଧିକ ଆବଶ୍ୟକତା ରହିଛି ବୋଲି ଲେଖିବା ସହ ୯ଥର ହିନ୍ଦୁ ଆତଙ୍କବାଦୀ ବୋଲି ଲେଖିଥିଲେ। ତାଙ୍କର ଏଭଳି ଟୁଇଟ୍ ସାମ୍ନାକୁ ଆସିବା ପରେ ଲୋକେ ଫିଲ୍ମ ‘ତଖ୍ତ’କୁ ବଏକଟ କରିବା ନେଇ ଦାବି କରିବା ସହ ଟୁଇଟରରେ ଏବେ ‘#ବଏକଟତଖ୍ତ’  ଟ୍ରେଣ୍ଡ ଆରମ୍ଭ ହୋଇଯାଇଛି।

ଫିଲ୍ମନିର୍ମ‌ାତା ବିବେକ ଅଗ୍ନିହୋତ୍ରୀ ମଧ୍ୟ ହୁସେନଙ୍କ ଏଭଳି ଟୁଇଟକୁ ଦେଖି କରଣ ଜୋହରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

 

ସମ୍ବନ୍ଧିତ ଖବର