ନିଜର ‘ଲିଲେସନ୍‌ସିପ୍‌ ଷ୍ଟାଟସ୍‌’ ଓ  ‘ସେକ୍ସୁଆଲିଟି’କୁ ନେଇ ବଡ଼ ଖୁଲାସା କଲେ କରଣ ଜୋହର

ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ କରଣ ଜୋହରଙ୍କ ବିବାହକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି। ସେ କାହିଁକି ବିବାହ କରୁନାହାନ୍ତି ବୋଲି ବିଭିନ୍ନ ଆଡୁ ପ୍ରଶ୍ନ ହୋଇଛି। ନିଜେ କରଣ ଜୋହର ଅନେକ ସମୟରେ ତାଙ୍କ ପୁୁରୁଷତ୍ୱ ସଂପର୍କରେ ଭିନ୍ନ ସଂକେତ ମଧ୍ୟ ଦେଇଛନ୍ତି। ଧୀରେ ଧୀରେ ସମାଜ କାହାର ‘ଲିଲେସନ୍‌ସିପ୍‌ ଷ୍ଟାଟସ୍‌’ କିମ୍ବା ‘ସେକ୍ସୁଆଲିଟି’କୁ ନେଇ ଏବେ ଆଉ ବିଶେଷ ଘୃଣ୍ୟ ଦୃଷ୍ଟିରେ ଦେଖୁ ନାହିଁ। ତେବେ କରଣ ବି ବିବାହ କରିପାରନ୍ତେ, ସେ କାହିଁକି ଏତେ ବର୍ଷ ପରେ ବି ବିବାହ ବନ୍ଧନରେ ବାନ୍ଧି ହୋଇନାହାନ୍ତି ବୋଲି ଏକ ପ୍ରଶ୍ନର ସାହସିକତାର ସହ ଉତ୍ତର ରଖିଛନ୍ତି କରଣ।

କରଣ ଏକ ସାକ୍ଷାତ୍‌କାରରେ କହିଛନ୍ତି, ‘ଏବେ ଅନେକ ବିଳମ୍ବ ହୋଇଯାଇଛି। ୪୬ ବର୍ଷ ବୟସ ହେବା ପରେ ମୁଁ ଆଉ ସଂପର୍କରେ ରହିପାରିବି ନାହିଁ। ମୁଁ ବହୁତ ବାସ୍ତବିକ ସ୍ୱଭାବର ବ୍ୟକ୍ତି। ମୁଁ ଭାବୁନାହିଁ ଯେ ମୋ ସମୟକୁ ମୁଁ ଆଉ କୌଣସି ସଂପର୍କ, ମୋ ମାଆ ଓ ମୋର ଦୁଇ ଛୁଆଙ୍କ ଭିତରେ ବାଣ୍ଟି ପାରିବି। ତାହା ନୁହେଁ କି, ମୁଁ ଅନ୍ୟଙ୍କ ପାଇଁ ତ୍ୟାଗ କରୁଛି। ମାତ୍ର ମୁଁ ମୋର ସମୟ କେବଳ ସେଇମାନଙ୍କ ସହ ବାଣ୍ଟିବାକୁ ଚାହୁଁଛି ଯେଉମାନଙ୍କ ସହ ମୁଁ କାମ କରୁଛି। ଶେଷରେ ମୁଁ କହି ରଖୁଛି ଯେ ମୁଁ ନିଜେ ନିଜ ସହ ଏକ ସଂପର୍କରେ ଅଛି। ତୁମେ ଯେତେବେଳେ ଏମିତି ଏକ ସଂପର୍କରେ ରହିବ ତୁମ ପାଖରେ ଆଉ କାହା ପାଇଁ ସମୟ ରହିବ ନାହିଁ।’

ସମ୍ବନ୍ଧିତ ଖବର