କରଣଙ୍କ ଖୁଲାସା: ‘କୁଛ୍ କୁଛ୍ ହୋତା ହେ’ର ରିମେକ୍ରେ ନଜର ଆସିବେ ଏହି ୩ବଲିଉଡ୍ କଳାକାର
ମୁମ୍ବାଇ : ବଲିଉଡ୍ ଫିଲ୍ମ ଇତିହାସରେ ସବୁଦିନ ଲୋକପ୍ରିୟ ହୋଇ ରହିବ ଫିଲ୍ମ ‘କୁଛ୍ କୁଛ୍ ହୋତା ହେ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ କିଙ୍ଗ୍ ଖାନ୍ ଶାହାରୁଖ୍, ଅଭିନେତ୍ରୀ କାଜୋଲ ଓ ରାଣୀ ମୂଖାର୍ଜୀ ନଜର ଆସିଥିଲେ । ଏହି ଫିଲ୍ମ ପ୍ରେମର ଏକ ନୂଆ ଅର୍ଥ ଦର୍ଶକଙ୍କୁ ବୁଝାଇଥିଲା । ତେବେ ଫିଲ୍ମକୁ କିଛି ଦିନ ତଳେ ମେଲବର୍ଣ୍ଣରେ ଚାଲିଥିବା ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯାଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ସେ ସମୟରେ ଉପସ୍ଥିତ ଥିଲେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର । ତେବେ ଫିଲ୍ମଟି ଏବେ ନିର୍ମାଣ ହୋଇଥିଲେ, କେଉଁ କଳାକାରଙ୍କୁ ନେଇଥାନ୍ତ ବୋଲି କରଣଙ୍କୁ ପଚରାଯିବା ପରେ ରାହୁଲଙ୍କ ଚରିତ୍ରରେ ରଣବୀର ସିଂହଙ୍କୁ ନେଇଥାନ୍ତି ବୋଲି କହିଥିଲେ କରଣ । ଏହା ସହ ଟିନାଙ୍କ ଚରିତ୍ରରେ ଜାହ୍ନବୀ କପୁର ଓ ଅଞ୍ଜଲିଙ୍କ ଚରିତ୍ରରେ ଆଲିଆ ଭଟ୍ଟଙ୍କୁ ନେଇଥାନ୍ତି ବୋଲି କରଣ କହିଥିଲେ । ତେବେ ଯଦି ଫିଲ୍ମ ‘କୁଛ୍ କୁଛ୍ ହୋତା ହେ’ର ରିମେକ୍ରେ ଏହି ୩କଳାକାର ନଜର ଆସନ୍ତି, ସେମାନଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି, ତାହା ଭବିଷ୍ୟତରେ ଜଣା ପଡ଼ିବ ।