ଦେଶର ନାଁ ଅମିତାଭ ବଚ୍ଚନ, ଶାହରୁଖ୍‌ ଖାନ୍‌!

କରନ ଜୋହର ଏବେ ନିଜର ଦୁଇ ସନ୍ତାନ ୟଶ ଓ ରୁହିଙ୍କ ସହ ଲକ୍‌ଡାଉନ ସମୟ ବିତାଉଛନ୍ତି। ସେ ନିଜ ପିଲାମାନଙ୍କ ସହ ମଜା କରୁଥିବା ବେଳେ କିଛି ପ୍ରଶ୍ନ ପଚାରୁଥିବାର ଏକ ଭିଡିଓ ଭାଇରାଲ୍‌ ହେଉଛି। ୟଶଙ୍କୁ ତାଙ୍କର ପୂରା ନାମ ଓ ସେ ରହୁଥିବା ସହରର ନାମ ପଚାରିବା ପରେ କରନ ଠିକ୍‌ ଉତ୍ତର ପାଉଛନ୍ତି। ମାତ୍ର ଯେବେ କରନ ପଚାରିଲେ, ସେ ଯେଉଁଠି ରହୁଛନ୍ତି ସେ ଦେଶର ନାଁ କ’ଣ? ୟଶ କହୁଛନ୍ତି, ଅମିତାଭ ବଚ୍ଚନ ଓ ଶାହରୁଖ୍‌ ଖାନ୍‌। ୟଶଙ୍କର ଏପରି ମଜାଳିଆ ଉତ୍ତର ପ୍ରଶଂସକଙ୍କ ମନ ଜିଣି ନେଇଛି।

ସମ୍ବନ୍ଧିତ ଖବର