କରଣ-କାଜୋଲଙ୍କ ଭିତରେ ଥିବା ମନୋମାଳିନ୍ୟ ଦୂର ହୋଇଥିଲା ଏପରି…

ମୁମ୍ବାଇ: ୨୦୧୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଏ ଦିଲ୍‌ ହେ ମୁସକିଲ୍‌ ’ ଓ ‘ ଶିବାୟ’ ମଧ୍ୟରେ ଯେଉଁ ବିବାଦ ଉପୁଜିଥିଲା, ସେଥିଯୋଗୁଁ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ଏବଂ ନାୟିକା କାଜୋଲଙ୍କ ମଧ୍ୟରେ ଥିବା ୨୫ ବର୍ଷର ବନ୍ଧୁତାରେ ଫାଟ ସୃଷ୍ଟି ହୋଇଥିଲା । ସେତେବେଳେ ଅଭିଯୋଗ ହୋଇଥିଲା ଯେ ଅଜୟ ଦେବଗନଙ୍କ ଅଭିନୀତ ତଥା ନିର୍ଦ୍ଦେଶିତ ‘ଶିବାୟ’ର ଖରାପ ସମୀକ୍ଷା କରିବା ଲାଗି ଅଭିନେତା କମାଲ୍‌ ଆର୍‌ ଖାନ୍‌ଙ୍କୁ ଅଜୟଙ୍କ ସାଙ୍ଗ କୁମାର ମଙ୍ଗତ ଅର୍ଥ ଦେଇଥିିଲେ । କାଜୋଲ୍‌ ପରେ ଅଭିଯୋଗ ଆଣିଥିଲେ ଯେ ମଙ୍ଗତ କରଣ ଜୋହରଙ୍କ ପ୍ରରୋଚନାରେ ପଡି ଏଭଳି କରିଥିଲେ ।

ଏହାକୁ ନେଇ ବିବାଦ ଉଠିଥିଲା । ଏହା ଭିତରେ କରଣ ଜୋହରଙ୍କ ଆତ୍ମଜୀବନୀ ପ୍ରକାଶିତ ହୋଇଥିଲା, ଯେଉଁଥିରେ କାଜୋଲ୍‌ ଓ ତାଙ୍କ ଭିତରେ ଥିବା ୨୫ ବର୍ଷର ବନ୍ଧୁତା ଶେଷ ହୋଇଯାଇଛି ବୋଲି ଉଲ୍ଲେଖ କରିଥିଲେ । ସେ ପୁଣି କେବେ କାଜୋଲଙ୍କ ସହିତ କାମ କରିବେ ନାହିଁ ମଧ୍ୟ ଲେଖିଥିଲେ ।
କିନ୍ତୁ ପୁଣି ଏଦୁଇ ନାମୀ ସେଲିବ୍ରେଟିଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପିତ ହୋଇଥିଲା ଏହି ଘଟଣାର ବର୍ଷେ ନ ପୁରୁଣୁ କାଜୋଲ ନିଜର ଜନ୍ମ ଦିନରେ କେତେ ଜଣ ସାଙ୍ଗକୁ ମଧ୍ୟାହ୍ନ ଭୋଜନରେ ଅପ୍ୟାୟିତ କରିଥିଲେ । ସେହି ତାଲିକା କରଣ ଜୋହର ବି ଥିଲେ । କରଣ ବି ଖୁସିରେ କାଜୋଲଙ୍କ ପାର୍ଟିରେ ଯୋଗ ଦେଇଥିଲେ । ଦୁହେଁ ବେଶ୍‌ କିଛି ସମୟ ଧରି ଗପସପ ମଧ୍ୟ କରିଥିଲେ । ସେଥିରୁ ଜଣାପଡିଥିଲା ଯେ ଉଭୟଙ୍କ ଭିତରେ ରାଗରୁଷା ଆଉ ନାହିଁ ।

photo-bollywoodlife.com

ତା’ପର ଦିନ କରଣ ତାଙ୍କର ଦୁଇ ସନ୍ତାନ ୟଶ୍‌ ଓ ରୁହିଙ୍କ ଫଟୋ ସୋସିଆଲ ମିଡ଼ିଆରେ ସେଆର୍‌ କରିଥିଲେ । କାଜୋଲ୍‌ ସେହି ଫଟୋକୁ ଲାଇକ୍‌ କରିଥିଲେ । ଖାଲି ସେତିକି ନୁହେଁ କରଣ ଜୋହର ପୁଣି ଥରେ ଇନଷ୍ଟଗ୍ରାମ୍‌ରେ କାଜୋଲଙ୍କୁ ପୁଣି ଥରେ ଫଲୋ କରିଲେ । ଏଥିରୁ ସ୍ପଷ୍ଟ ହୋଇଥିଲା ଯେ କରଣ- କାଜୋଲ୍‌ଙ୍କ ପୁଣି ମଧ୍ୟରେ ମନୋମାଳିନ୍ୟ ଦୂର ହୋଇଯାଇଛି।

ସମ୍ବନ୍ଧିତ ଖବର