ଅଭିନେତା କରଣ ଓବରଏଙ୍କ ମାମଲାରେ ଆସିଲା ନୂଆ ମୋଡ଼, ଦୁଷ୍କର୍ମ ଅଭିଯୋଗ ଆଣିଥିବା ଅଭିନେତ୍ରୀଙ୍କ ଉପରେ ଆକ୍ରମଣ କରାଇଥିଲେ ତାଙ୍କ ଓକିଲ

ମୁମ୍ବାଇ : କିଛି ଦିନ ତଳେ ଧାରାବାହିକ ଅଭିନେତା କରଣ ଓବରଏଙ୍କ ଉପରେ ଜଣେ ଅଭିନେତ୍ରୀ ଦୁଷ୍କର୍ମର ଆରୋପ ଆଣିଥିଲେ ।  କରଣଙ୍କୁ ପୁଲିସ ଗିରଫ କରି ୧୪ଦିନ ରିମାଣ୍ଡରେ ନେଇଥିଲା । ଏହା ପରେ ପରେ ଅଭିଯୋଗ କରିଥିବା ପୀଡ଼ିତାଙ୍କ ଉପରେ ଦୁଇ ଜଣ ବାଇକ୍‌ ଆରୋହୀ ଆକ୍ରମଣ କରିବା ସହ ଏତଲା ଫେରାଇ ଆଣିବାକୁ ଧମକ ଦେଇଥିଲେ । ଏ ନେଇ ପୀଡ଼ିତା ମୁମ୍ବାଇ ପୁଲିସରେ ଅଭିଯୋଗ କରିଥିବା ବେଳେ ଘଟଣା ପଛରେ ପୀଡ଼ିତାଙ୍କ ଓକିଲଙ୍କ ହାତ ଥିବା ଜଣା ପଡ଼ିଛି । ଏହା ସହ ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆଗକୁ ବଢ଼ାଇଛି ।

FilmiBeat

ସୂଚନା ମୁତାବକ, ପୀଡ଼ିତାଙ୍କ ଉପରେ ଦୁଇଜଣ ବାଇକ୍‌ ଆରୋହୀ ଛୁରିରେ ଆକ୍ରମଣ କରିବା ସହ ତାଙ୍କ ଉପରକୁ ଏକ ଚିଠି ଫିଙ୍ଗିଥିଲେ । ଚିଠିରେ ଏତଲା ଫେରାଇ ଆଣିବାକୁ ଧମକ ଦିଆଯାଇଥିଲା । ତେବେ ଏଭଳି କାମ ପଛରେ ପୀଡ଼ିତାଙ୍କ ଓକିଲଙ୍କ ହାତ ଥିବା କଥା ସାମ୍ନାକୁ ଆସିବା ପରେ କେହି ଏହାକୁ ସହଜରେ ହଜମ କରି ପାରୁ ନାହାନ୍ତି । ଧିରେ ଧିରେ ଏହି ମାମଲାରେ ନୂଆ ନୂଆ ମୋଡ଼ ଆସିବାରେ ଲାଗିଛି ।

ସମ୍ବନ୍ଧିତ ଖବର