ମୁମ୍ବାଇ: କରଣ ଜୋହରଙ୍କ ରିଅଲିଟି ସୋ’ ‘କଫି ଉଇଥ୍ କରଣ୍’ରେ ଉଭୟ ରଣବୀର ସିଂହ ଓ ରଣବୀର କପୁର ଏକାଠି ନଜର ଅସିଥିଲେ । ସେତେବେଳେ ଜଣାପଡ଼ୁଥିଲା ଉଭୟଙ୍କ ଭିତରେ ସଂପର୍କ ଭଲ। ହେଲେ ପ୍ରକୃତରେ ସେଭଳି ନୁହେଁ। ଏହା ଜଣାପଡ଼ିଛି ଏବେ ।
Sambad is now on WhatsApp
Join and get latest news updates delivered to you via WhatsApp
କଥା କ’ଣ କି ବଲିଉଡର ଲୋକପ୍ରିୟ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ତାଙ୍କର ମଲ୍ଟି ଷ୍ଟାର୍ର ମୁଭି ‘ତଖ୍ତ’ରେ ଉଭୟ ରଣବୀର ସିଂହ ଓ ରଣବୀର କପୁର ଉଭୟଙ୍କୁ ନେବାକୁ ଚାହୁଁଥିଲେ। ସେ ଏ ଦୁଇ କଳାକାରଙ୍କୁ ଆଖିରେ ରଖି ସିନେମାର ନିର୍ମାଣ କରୁଥିଲେ। ଏହାପରେ କରଣ ଉଭୟଙ୍କୁ ଅଫର୍ ଦେଲେ। ଏଥିପାଇଁ ରଣବୀର ସିଂହ ତ ସଙ୍ଗେ ସଙ୍ଗେ ରାଜି ହୋଇଗଲେ,ହେଲେ ରଣବୀର କପୁର ମନା କରିଦେଲେ।
‘ତଖ୍ତ’ରେ ଦୁଇ ରଣବୀରଙ୍କୁ ଦୁଇ ଭାଇ ଭୂମିକାରେ ନେବାର ଯୋଜନା କରିଥିଲେ କରଣ ଜୋହର୍।
ଏଥିରେ ରଣବୀର ସିହଙ୍କୁ ମିଳିଛି ଦାରା ସିକୋହ ଭୂମିକା। ରଣବୀର କପୁରଙ୍କୁ ‘ତଖ୍ତ’ରେ ଔରଙ୍ଗଜେବ୍ ଭୂମିକା ପାଇଁ ଅଫର୍ ଦିଆଯାଇଥିଲା। କିନ୍ତୁ ରଣବୀର କପୁର ଅରାଜି ହେବା ପରେ ସେହି ଭୂମିକାଟି ମିଳିଛି ଭିକି କୌଶଲଙ୍କୁ।