ପରଦାରେ କରଣ-ଶାଲିନୀଙ୍କ ପ୍ରେମ କାହାଣୀ

ଭୁବନେଶ୍ୱର:   ଓଲିଉଡର ଚୁଲବୁଲି ନାୟିକା ବବଲି ପ୍ରଥମେ ଆଲବମରେ କାମ କରିଥିଲେ। ଆଲବମରେ ଲୋକପ୍ରିୟ ହେବାପରେ ସେ  ‘ଆଖି ପଲକରେ ତୁ’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ। ତାଙ୍କୁ ବ୍ରେକ୍‌ ଦେଇଥିଲେ ନିର୍ଦ୍ଦେଶକ ରବୀନ୍ଦ୍ର ପ୍ରଧାନ। ଏଥିରେ ତାଙ୍କର ନାୟକ ବନିଥିଲେ ସବ୍ୟସାଚୀ। ଏହାପରେ ବବଲିଙ୍କୁ ଜୟ ପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ବ୍ୟାଡ୍‌ ଗାର୍ଲ  ’, ଏନ୍‌ ପାଢ଼ୀଙ୍କ ନିର୍ଦ୍ଦେଶିତ ‘ଅ ଆ ହର୍ଷେଇ’ ଏବଂ ରିତେଶ ନାୟକଙ୍କ ନିର୍ଦ୍ଦେଶିତ ‘ଗଳ୍ପ ନୁହେଁ ଅଳ୍ପ ଦିନର’ ଆଦି ସିନେମାରେ ଦେଖିବାକୁ ପାଇଥିଲେ ଦର୍ଶକ। ‘ଅ ଆ ହର୍ଷେଇ’ ପରେ ବବଲି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ସେ ଯାହା ହେଉନା କାହିଁକି  ବବଲି ପୁଣି ବଡ଼ ପରଦାକୁ ଫେରୁଛନ୍ତି। ସଂପ୍ରତି ତାଙ୍କ ଅଭିନୀତ ରୋମାଣ୍ଟିକ୍‌ କମେଡି ‘ଟିକେ ଅନାଡି ପୁରା ଖିଲାଡି’ ଏବେ ରିଲିଜ୍‌ ଅପେକ୍ଷାରେ ରହିଛି। ଏହାର  ନିର୍ଦେଶନା ଦେଇଛନ୍ତି ଲୋକନାଥ ବାରିକ ଏବଂ ପ୍ରଯୋଜନାରେ ଅଛନ୍ତି ରବିନ୍‌ ନନ୍ଦ । ଏଥିରେ ବବଲିଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି ଡ଼ ଶାଲିନୀ । କାହାଣୀ ଅନୁଯାୟୀ ଜଣେ ଯୁବକ ଡ଼ ଶାଲିନୀଙ୍କ ପ୍ରେମରେ ପଡ଼ିଯାଇଛନ୍ତି । ଆଉ ଉକ୍ତ ଯୁବତୀ ବି ଭଲ ପାଉଛନ୍ତି ନାୟକଙ୍କୁ ।

ଏହି ସିନେମାରେ  ‘ ମୁଁ ଗାନ୍ଧି ନୁହେଁ ’ ଫେମ୍‌  କରଣ ଅଛନ୍ତି ନାୟକ ଭୂମିକାରେ । କରଣଙ୍କ  ଅଭିନୀତ ଚରିତ୍ରର ନାଆଁ  ବି ହେଲା  କରଣ୍‌ । କରଣ-ଶାଲିନୀଙ୍କ ପ୍ରେମକାହାଣୀ ଭିତରେ ଜଣେ ଖଳନାୟକ ବି ଅଛନ୍ତି । ଏଥିରେ ଖଳନାୟକ ଚରିତ୍ର ନିଭାଇଛନ୍ତି ରବିନ୍‌ ନନ୍ଦ । ଆହୁରି ମଜାଦାର କଥା ହେଲା ଯେ ଏହି ସିନେମାର କାହାଣୀ ଅନୁଯାୟୀ ନାୟକକୁ ଅନ୍ୟ ଦୁଇଜଣ ଯୁବତୀ ବି ଭଲ ପାଉଛନ୍ତି। ଆଉ ନାୟକ କାହାକୁ ବାହା ହେବ ସେଥି ନେଇ କନଫ୍ୟୁଜ୍‌। କରଣ-ଶାଲିନୀଙ୍କ ପ୍ରେମକାହାଣୀ  ସଫଳ ହେଉଛି ନା ଅନ୍ୟ କିଛି ଘଟୁଛି ତାହା ଜଣାପଡ଼ିବ  କ୍ଲାଇମାକ୍ସରେ ।

ସମ୍ବନ୍ଧିତ ଖବର