ମୁମ୍ବାଇ: ପାଞ୍ଚବର୍ଷ ପୂର୍ବରୁ ଏକତା କପୁର ଓ କରଣ ଜୋହର, ଇମରାନ ହାସମି ଓ କରିନା କପୁରକୁ ନେଇ ‘ବତମିଜ ଦିଲ୍’ ଶୀର୍ଷକ ଥିବା ସିନେମାର ଘୋଷଣା କରିଥିଲେ। ସିନେମା ସୁଟିଂର ତାରିଖ, ସ୍ଥାନ ସହିତ ସବୁକିଛି ପ୍ରସ୍ତୁତି ସରିଥିଲି। କିନ୍ତୁ ଏହି ସିନେମାକୁ ହଠାତ୍ ବନ୍ଦ ହୋଇଯାଇଥିଲା। ଏବେ ଶୁଣିବାକୁ ମିଳୁଛି ‘ବଦମିଜ ଦିଲ’ ସିନେମାର ଶିର୍ଷକକୁ ପରିବର୍ତ୍ତନ କରାଇ ‘ମେଣ୍ଟଲ ହୈ କୟା’ ରଖାଯାଇଛି । ଏହି ସିନେମାଟି କରିନାଙ୍କ ବଦଳରେ ଏବେ କଙ୍ଗନାଙ୍କ ହାତରେ ଅଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସିନେମା ପାଇଁ ଏକତା କପୁରଙ୍କ ପ୍ରଥମ ପସନ୍ଦ ଥିଲା ଅଭିନେତ୍ରୀ କରୀନା କପୁର ଖାନ୍ । କିନ୍ତୁ କରୀନାଙ୍କୁ ସିନେମାର କାହାଣୀ ଓ ନିଜର ଚରିତ୍ର ଅଧିକ ବୋଲଡ ଥିବା ହେତୁ ସେ ଏହି ସିନେମା କରିବେ ନାହିଁ ବୋଲି ମନା କରି ଦେଇଥିଲେ। କରିନା ସିନେମାରେ କାମ କରିବେ ବୋଲି ମନା କରିଦେବା ପରେ ଏକତା ଏହି ସିନେମା କରିବେ ନାହିଁ ବୋଲି ଆଶା ଛାଡ଼ି ଦେଇଥିଲେ। କାରଣ ତାଙ୍କୁ ଲାଗିଥିଲା କି ଯଦି କରିନା ମନା କରିଦେଲେ ତେବେ ଏହି ସିନେମା ପାଇଁ ଅନ୍ୟ କୌଣସି ହିରୋଇନ୍ କ’ଣ କେବେ ରାଜି ହେବ।
କିଛିଦିନ ତଳେ କଙ୍ଗନା ଯେତେବେଳେ ଏହି ସିନେମାର କାହାଣୀ ଶୁଣିଲେ ବିନା କୌଣସି ନଖରା ଦେଖାଇ ତୁରନ୍ତ ଏହାକୁ କରିବେ ବୋଲି ପ୍ରସ୍ତୁତ ହୋଇଗଲେ। ଏତେ ବର୍ଷ ପରେ ଏକ ନୂଆ ନାମ ଓ ନୂଆ ଷ୍ଟାରକାଷ୍ଟ ସହିତ ଏକତା ଏହି ପ୍ରୋଜେକ୍ଟକୁ ସାମ୍ନାକୁ ଆଣିଛନ୍ତି। ଇରାମ ହାସମିଙ୍କ ସ୍ଥାନରେ ସିନେମାରେ ରାଜକୁମାର ରାଓ୍ଵଙ୍କୁ ନିଆଯାଇଛି। ସିନେମାର କାହାଣୀକୁ ପରିବର୍ତ୍ତନ କରି ଆହୁରି ବୋଲଡ କରାଯାଇଛି।
‘ମେଣ୍ଟାଲ ହୈ କ୍ୟା’ ଏକ ସାଇକୋଲୋଜିକାଲ ଥ୍ରିଲର ସିନେମା ଅଟେ। ସିନେମାର କାହାଣୀ ଲଣ୍ଡନ ଓ ମୁମ୍ବାଇ ପୃଷ୍ଟଭୂମି ଉପରେ ଆଧାରିତ ହୋଇଛି।