ଏହି ନାୟକଙ୍କୁ କିସ୍‌ କରିବାକୁ ମନା କରିଥିଲେ କରିନା କପୁର ଖାନ୍‌ ,ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡ୍‌ ଡିଭା କରିନା କପୁର ଖାନ୍‌ ୨୦୦୦ ମସିହାରେ ରିଲିଜ୍‌ ହୋଇଥିବା ଚର୍ଚ୍ଚିତ ସିନେମା ‘ରିଫ୍ୟୁଜ’ ଜରିଆରେ ହିରୋଇନ୍‌ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ । ପ୍ରଥମ ଫିଲ୍ମରେ ହିଁ ଷ୍ଟାରଡମ୍‌ ମିଳିଥିଲା ତାଙ୍କୁ । ଏହାପରେ ଆଜିଯାଏଁ କରିନା ସଫଳତା ଲାଭ କରି ନିଜ କ୍ୟାରିଅର୍‌କୁ ଠିକ୍‌ ଭାବେ ହ୍ୟାଣ୍ଡେଲ୍‌ କରି ଚାଲିଛନ୍ତି । ଆପଣ କ’ଣ ଜାଣନ୍ତି ଯେ କରିନା କପୁର୍‌ ଖାନ୍‌ ତାଙ୍କର ଦୀର୍ଘ ୧୮ ବର୍ଷର କ୍ୟାରିଅର୍‌ ଭିତରେ ଅନେକ ସିନେମାରେ ବୋଲ୍‌ଡ ସିନ୍‌ ଦେଇଛନ୍ତି ,ହେଲେ ଜଣେ କଳାକାରଙ୍କ ସହ କିସ୍‌ ସିନ୍‌ କରିବାକୁ ମନା କରିଥିଲେ।

ହଁ , କରିନା କପୁର ଖାନ୍‌ ଯେଉଁ ଲୋକପ୍ରିୟ ନିର୍ଦ୍ଦେଶକଙ୍କୁ ଏଭଳି ରୋକଠୋକ୍‌ କଥା କହିଥିଲେ ,ସେ ହେଲେ ପ୍ରକାଶ ଝା । ପ୍ରକାଶ ତାଙ୍କ ସୁପରହିଟ୍‌ ଫିଲ୍ମ‘ସତ୍ୟାଗ୍ରହ’ରେ କରିନାଙ୍କୁ ଏକ ଚୁମ୍ବନ ଦୃଶ୍ୟ ଦେବାକୁ କହିିଥିଲେ।ଏଥିରେ ଅଜୟ ଦେବଗନ ଥିଲେ ତାଙ୍କର ହିରୋ।

ନିର୍ଦ୍ଦେଶକ ଚାହୁଁଥିଲେ କରିନା ‘ରସ୍‌ ସେ ଉରେ ତେରା ନୈନା…’ଗୀତର ଦୃଶ୍ୟରେ ନାୟକ ଅଜୟ ଦେବଗନଙ୍କୁ ଚୁମ୍ବନ ଦିଅନ୍ତୁ। ଖାଲି ସେତିକି ନୁହେଁ ସେ ଚାହୁଁଥିଲେ ଅଜୟଙ୍କ ସହ କରିନା କେତେକ ଅନ୍ତରଙ୍ଗ ଦୃଶ୍ୟ ବି କରନ୍ତୁ । ଏକଥା କରିନାଙ୍କୁ କହିବା ମାତ୍ରେ ସେ ସିଧାସଳକ ମନା କରିଦେଇଥିଲେ।

ଏଥିଲାଗି ସତ୍ୟାଗ୍ରହ ସିନେମାରେ ଅଜୟ-କରିନାଙ୍କ ଉପରେ ଅନ୍ତରଙ୍ଗ ଓ ଚୁମ୍ବନ ଦୃଶ୍ୟର ସୁଟିଂ ହୋଇ ନଥିଲା ।

ସମ୍ବନ୍ଧିତ ଖବର