‘ଗୋଲମାଲ-୫’ରେ କରୀନା କପୁର!

ମୁମ୍ବାଇ: ‘ଗୋଲମାଲ-ଏଗେନ୍‌’ର ଜବରଦସ୍ତ ସଫଳତାପରେ ଏହାର ସିକ୍ୱେଲ୍‌ ହେବା ଥୟ ବୋଲି ଜଣାଯାଇଛି। ଏକଥା ନିଜେ ଲିଡ ଆକ୍ଟର ଅଜୟ ଦେବଗନ୍‌ କହିଛନ୍ତି। ସେ କହିଛନ୍ତି ଯେ‘ଗୋଲମାଲ-ଏଗେନ୍‌’ର ସେଟରେ ସେମାନେ କରୀନାଙ୍କ ଅନୁପସ୍ଥିତି ଅନୁଭବ କରୁଥିଲେ। ଏଣୁ ‘ଗୋଲମାଲ-୫’ରେ କରୀନା କପୁର ପୁଣି କାମ କରି ଏହି ଟିମକୁ ଫେରିବେ ବୋଲି ଅଜୟ ଆଶା ପ୍ରକାଶ କରିଛନ୍ତି।

ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ‘ଗୋଲମାଲ’ ଏବେ ସବୁଠୁ ବଡ଼ ଫ୍ରାଞ୍ଚାଇଜର ମାନ୍ୟତା ପାଇଛି। ଏହି ସିନେମାର ସିକ୍ୱେଲ୍‌ ଆଗାମୀ ବର୍ଷ ଫ୍ଲୋରକୁ ଯାଇପାରେ ବୋଲି ଜଣାଯାଇଛି। ଏହି ସିନେମାରେ ପୁଣି ଥରେ ଅଜୟ ଦେବଗନ୍‌,ତୁଷାର କପୁର,ଶ୍ରେୟସ୍‌ ତଲପଡ଼େ,କୁନାଲ ଖେମୁ ,ସଞ୍ଜୟ ମିଶ୍ର ଏବଂ ଅରସାଦ୍‌ ଓ୍ଵାରସୀ ପ୍ରମୁଖ ଅଭିନୟ କରିବେ।

ସମ୍ବନ୍ଧିତ ଖବର