ମୁମ୍ବାଇ : ଆଜିକାଲି ସୋସିଆଲ ମିଡିିଆ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସାଧାରଣ ଲୋକ ହୁଅନ୍ତୁ ବା ସେଲିବ୍ରିଟି ସମସ୍ତେ ନିଜ ନିଜର ପ୍ରଡ଼କ୍ଟ ବା ଫିଲ୍ମର ପ୍ରମୋସନ କରିବା ପାଇଁ ସୋସିଆଲ ମିଡ଼ିଆକୁ ମାଧ୍ୟମ ଭାବେ ବ୍ୟବହାର କରିଥାନ୍ତି । କିନ୍ତୁ ବଲିଉଡ୍ର ହଟ୍ ନାୟିକା କରୀନା କପୁର ଖାନ୍ଙ୍କ କୌଣସି ସୋସିଆଲ ମିଡ଼ିଆ ଆକାଉଣ୍ଟ ନଥିବା ଖବରକୁ କେହି ହଜମ କରି ପାରି ନାହାନ୍ତି । କିଛି ଦିନ ତଳେ ତାଙ୍କର କୌଣସି ସୋସିଆଲ ମିଡ଼ିଆ ଆକାଉଣ୍ଟ ନଥିବା କହିବା ସହ ଏହା ଦ୍ୱାରା ମୁଁ ସବୁ ସ୍ଥାନରେ ରହିଛି ବୋଲି କହିଥିଲେ । ଲୋକମାନଙ୍କର ସୋସିଆଲ ମିଡିିଆ ଆକାଉଣ୍ଟ ଥିବାରୁ ସେମାନେ ସବୁ ସ୍ଥାନରେ ଥାଇ ମଧ୍ୟ କେଉଁଠି ବି ନଥାନ୍ତି । ସମସ୍ତଙ୍କୁ ଜାଣି ପାରନ୍ତି ନାହିଁ କି ସମୟ ଦେଇ ପାରନ୍ତି ନାହିଁ । ସେଥିପାଇଁ ମୁଁ ସୋସିଆଲ ମିଡ଼ିଆ ଆକାଉଣ୍ଟ କରେ ନାହିଁ ବୋଲି କରୀନା କହିଥିଲେ । ଯାହାକୁ ଏବେ ମିଛ ବୋଲି କହିଛନ୍ତି ସୈଫ୍ । କରୀନାଙ୍କ ଏକ ସିକ୍ରେଟ ଇନ୍ଷ୍ଟା ଆକାଉଣ୍ଟ ଥିବା ସହ ସେ ମଡ଼େଲ କାଇଲି ଜେନରଙ୍କ ପ୍ରୋଫାଇଲ ଚେକ୍ କରିବାକୁ ତାହା ବ୍ୟବହାର କରିଥାନ୍ତି ବୋଲି ସୈଫ୍ ଖୁଲାସା କରିଛନ୍ତି । ଏକ ସାକ୍ଷାତକାରରେ ସୈଫ୍ ଏହି ଖୁଲାସା କରିଥିବା ଜଣା ପଡ଼ିଛି ।

ଯେତେବେଳେ ସୈଫ୍ଙ୍କୁ ଇନ୍ଷ୍ଟାରେ ଆକାଉଣ୍ଟଥିବା କଥା ପଚରାଯାଇଥିଲା ସେତେବେଳେ ସେ କହିଥିଲେ, ‘କରୀନା ସବୁବେଳେ ମୋତେ ସୋସିଆଲ ମିଡ଼ିଆଠାରୁ ଦୂରରେ ରହିବା ପାଇଁ କହନ୍ତି । କିନ୍ତୁ ଥରେ ମୁଁ ଟିଭି ଦେଖୁଥିବା ସମୟରେ ସେ ନିଜ ଫୋନ ଦେଖି ଚାଲିଥିଲେ । ମୁଁ ପଚାରିବା ପରେ ସେ ଚାଇଲ୍ଡ଼୍ କେୟାରରୁ ଏକ ଆର୍ଟିକିଲ ପଢ଼ୁଥିବା କହିଥିଲେ । କିନ୍ତୁ ମୁଁ ସଫା ସଫା ଦେଖି ପାରୁଥିଲି କି ସେ କାଇଲି ଜେନରଙ୍କ ଫଟୋ ଦେଖୁଛନ୍ତି । ମୋତେ ଲାଗୁଛି କରୀନା ଇନ୍ଷ୍ଟାରେ ଆକ୍ଟିଭ୍ ଅଛନ୍ତି । କିନ୍ତୁ ସମସ୍ତଙ୍କୁ ମନା କରୁଛନ୍ତି।’