ମୁଁ ମା’ ହୋଇଗଲି ବୋଲି କ’ଣ ଛୋଟ ପୋଷାକ ପିନ୍ଧି ପାରିବିନି ? ଦର୍ଶକଙ୍କ ପ୍ରଶ୍ନର ଜବାବରେ କହିଲେ କରୀନା

ମୁମ୍ବାଇ: ବଲିଉଡ୍‌ର ବେବୋ ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ର ‘ବୀରେ ଦି େଓ୍ଵଡ଼ିଙ୍ଗ୍‌’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି । ଚଳଚ୍ଚିତ୍ରଟି ବନ୍ଧୁତା ଉପରେ ଆଧାରିତ ହୋଇଥିବା ବେଳେ ଏଥିରେ ବୋଲ୍ଡ ଏବଂ ଆକର୍ଷଣୀୟ ଅନ୍ଦାଜରେ ଆସିଛନ୍ତି ଅଧିକାଂଶ କଳାକାର । ତେବେ ଚଳଚ୍ଚିତ୍ରର ପ୍ରମୋସନ୍‌ ସମୟରେ କରୀନାଙ୍କୁ ବୋଲ୍ଡ ଅନ୍ଦାଜରେ ଦେଖାଯାଇଥିବା ବେଳେ କିଛି ଦର୍ଶକ ପଚାରିଥିଲେ, “ଆପଣ ମା’ ହୋଇ ସାରିଲେଣି ବର୍ତ୍ତମାନ ଆପଣଙ୍କୁଏପରି ପୋଷାକ ପିନ୍ଧିବା ଶୋଭା ଦିଏ ନାହିଁ।” ବର୍ତ୍ତମାନ ଏହା ଉଚିତ୍‌ ଉତ୍ତର ଦେଇଛନ୍ତି କରୀନା ।

BollywoodByte.In

ଏକ ଇଂରାଜୀ େଓ୍ଵବ୍‌ସାଇଟ୍‌ ସହ କଥାବାର୍ତ୍ତା କରୁଥିବା ସମୟରେ କରୀନା କହିଛନ୍ତି, “ନିଜକୁ ଯାହା ପସନ୍ଦ ତାହା ହିଁ ପିନ୍ଧିବା ଆବଶ୍ୟକ । ମୁଁ ଜାଣିନାହିଁ ମା’ ମାନଙ୍କର କିପରି ପୋଷାକ ହେବା ଦରକାର । ମୋ ମା’ ମଧ୍ୟ ଆଧୁନିକ ଶୈଳୀର ପୋଷକ ପିନ୍ଧିଥାନ୍ତି । ସେ ଜିନ୍ସ ଏବଂ ଟପ୍‌ରେ ବହୁତ ସୁନ୍ଦର ଦେଖାଯାଆନ୍ତି । ଆପଣ ମାନେ ମୋ’ ଶାଶୁଙ୍କୁ ଦେଖିଛନ୍ତି ? ସେ ଜିନ୍ସ ଏବଂ ଟି ସାର୍ଟରେ ଯେତେ ସୁନ୍ଦର ଦେଖାଯାଇଥାନ୍ତି ସ୍ଲିକ୍‌ ଶାଢ଼ିରେ ମଧ୍ୟ ସେତିକି ସୁନ୍ଦର ଲାଗନ୍ତି । ମୁଁ ସେ ଦୁନିଆରୁ ଆସିଛି ଯେଉଁଠାରେ ମହିଳାଙ୍କୁ ତାଙ୍କର ମନ ପସନ୍ଦ ପୋଷାକ ପିନ୍ଧିବାକୁ ଦିଆଯାଇଥାଏ । ମୁଁ ମା’ ହୋଇଗଲି ତାହା ଅର୍ଥ ନୁହଁ କି ମୁଁ ଛୋଟ କପଡ଼ା ପିନ୍ଧି ପାରିବି ନାହିଁ । ଯଦି ଆପଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ରହିଛି ତେବେ ଆପଣ ଯାହା ଚାହିଁବେ ତାହା ପିନ୍ଧି ପାରିବେ।”

BollywoodByte.In

କରୀନା କପୁରଙ୍କ ମାତୃତ୍ୱ ପରେ ‘ବୀରେ ଦି େଓ୍ଵଡ଼ିଙ୍ଗ’ ହେଉଛି ତାଙ୍କର ପ୍ରଥମ ଚଳଚ୍ଚିତ୍ର । ଏଥିପାଇଁ ସେ ମାତୃତ୍ୱ ପରେ ଓଜନ ହ୍ରାସ କରି ପୁଣି ଥରେ ଜିରୋ ଫିଗରରେ ନଜର ଆସୁଛନ୍ତି । ଏଥିରେ ତାଙ୍କ ସହିତ ଅଭିନେତ୍ରୀ ସୋନମ କପୁର , ସ୍ୱରା ଭାସ୍କର ଏବଂ ଶିଖା ତଲସାନିଆଙ୍କୁ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱରେ ଶଶାଙ୍କ ଘୋଷ ରହିଥିବା ବେଳେ ପ୍ରଯୋଜନା କରିଛନ୍ତି ଏକତା କପୁର ଏବଂ ରିଆ କପୁର ।

ସମ୍ବନ୍ଧିତ ଖବର